ଖେଳ ଦେଶ ବିଦେଶ

ଦିଲ୍ଲୀକୁ ଜିତାଇଲେ ଦୁଇ ଅଷ୍ଟ୍ରେଲୀୟା

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୫୮ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସକୁ ୧୧ ବଲ୍ ପୂର୍ବରୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଦ୍ବାଦଶ ମ୍ୟାଚ୍‌ରୁ ଦିଲ୍ଲୀର ଏହା ଷଷ୍ଠ ବିଜୟ ଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ସେହି ଦ୍ବାଦଶ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଥିଲା। ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ସ୍କୋର ବୋର୍ଡରେ କୌଣସି ରନ୍ ଯୋଡ଼ିବା ପୂର୍ବରୁ ଓପନର ଶ୍ରୀକର ଭରତଙ୍କୁ ହରାଇଥିଲା। ଦିଲ୍ଲୀ ପାଳିର ଦ୍ବିତୀୟ ବଲ୍‌ରେ ହିଁ ଟ୍ରେଣ୍ଟ ବୋଲ୍ଟ ତାଙ୍କୁ କୌଶଳକ୍ରମେ ୱିକେଟ୍‌ରକ୍ଷକ ଅଧିନାୟକ ସଞ୍ଜୁ ସାମସନଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଏହା ପରେ ଦୁଇ ଅଷ୍ଟ୍ରେଲୀୟ ମିଚେଲ ମାର୍ସ (୮୯) ଓ ଡେଭିଡ୍ ୱାର୍ଣ୍ଣର (୫୨*) ସାହସୀ ବ୍ୟାଟିଂ କରି ରାଜସ୍ଥାନ ହାତରୁ ଏକପ୍ରକାର ମ୍ୟାଚ୍ ଛଡ଼ାଇ ନେଇଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୧୦୧ ବଲ୍‌ରୁ ୧୪୪ ରନ୍ ଯୋଡ଼ି ଦିଲ୍ଲୀ ବିଜୟକୁ ପକ୍କା କରି ଦେଇଥିଲେ। ଏହା ପରେ ଅଧିନାୟକ ଋଷଭ ପନ୍ତ ୪ ବଲ୍‌ରୁ ୧୩* ରନ୍ କରି କେବଳ ଯାହା ବିଜୟର ଔପଚାରିକତା ପୂରଣ କରିଥିଲେ। ଦିଲ୍ଲୀ ୧୮.୧ ଓଭରରେ ବିଜୟୀ ହୋଇଥିଲା। ମାର୍ସ ତାଙ୍କ ବିସ୍ଫୋରକ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୂର୍ବରୁ ଟସ୍ ହାରି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ୫୪ ରନ୍ ଭିତରେ ରାଜସ୍ଥାନର ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଏବଂ ଜୋସ୍ ବଟଲରଙ୍କ ୱିକେଟ୍ ବି ଝାଡ଼ି ଦେଇଥିଲା ଦିଲ୍ଲୀ। ତେବେ ରାଜସ୍ଥାନ ତାର ରଣନୀତି ବଦଳାଇ ସ୍ପିନ୍ ଅଲରାଉଣ୍ଡର ଆର୍‌ ଅଶ୍ବିନ (୫୦)ଙ୍କୁ ତୃତୀୟ ସ୍ଥାନରେ ପଠାଇବା ଏହି ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା। ଅଶ୍ବିନ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦେବଦତ୍ତ ପଡ଼ିକଲ (୪୮)ଙ୍କ ସହ ମିଶି ତୃତୀୟ ୱିକେଟ୍‌ରେ ବହୁମୂଲ୍ୟ ୪୩ ରନ୍ ଯୋଡ଼ିଥିଲେ। ତେବେ ଏହି ଦୁଇ ଜଣଙ୍କ ଆଉଟ୍ ପରେ ରାଜସ୍ଥାନ ଅଚାନକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୩୯ ରନ୍ ଭିତରେ ୪ ୱିକେଟ୍ ହରାଇ ବଡ଼ ‌ସ୍କୋର କରିବାର ସୁଯୋଗ ହାତଛଡ଼ା କରିଥିଲା। ଶେଷରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୦ ରନ୍‌ରେ ଅଟକି ଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ