ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିବ୍ୟାଙ୍ଗଙ୍କ ଉଚ୍ଚଶିକ୍ଷା ସୁନିଶ୍ଚିତ ପାଇଁ ସ୍ବତନ୍ତ୍ର ଯୋଜନା: ଯୁକ୍ତ୨ ସ୍ତରକୁ ଉନ୍ନୀତ ହେବ ଦୁଇ ବିଦ୍ୟାଳୟ

ଭୁବନେଶ୍ବର: ଓଡ଼ିଶାର ଦିବ୍ୟାଙ୍ଗଙ୍କ ଉଚ୍ଚଶିକ୍ଷା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜଧାନୀରେ ଥିବା ଦୁଇଟି ସରକାରୀ ଦିବ୍ୟାଙ୍ଗ ବିଦ୍ୟାଳୟ ଯଥା ଭୀମଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ମୂକ ବଧିର ବିଦ୍ୟାଳୟର ଉନ୍ନତୀକରଣ କରାଯିବ। ଉଭୟ ବିଦ୍ୟାଳୟରେ ଯୁକ୍ତ୨ ପାଠ୍ୟକ୍ରମ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୩-୨୪ ଶିକ୍ଷାବର୍ଷରୁ ଏଠାରେ ନାମଲେଖା ଆରମ୍ଭ ହେବ। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ନାମ ପରିବର୍ତ୍ତନ କରାଯାଇ ଭୀମଭୋଇ ସରକାରୀ ଧନ୍ଦାମୂଳକ ଦୃଷ୍ଟିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହେବ। ସେହିପରି ବିପିନ ବିହାରୀ ଚୌଧୁରୀ ମୂକ ବଧିର ବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ବିପିନ ବିହାରୀ ଚୌଧୁରୀ ସରକାରୀ ଧନ୍ଦାମୂଳକ ଶ୍ରବଣବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରଖାଯିବ। ଉଭୟ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଥମିକତା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯେକୌଣସି ଦିବ୍ୟାଙ୍ଗ ଏଠାରେ ଉଚ୍ଚଶିକ୍ଷ‌ା କରିପାରିବେ। ଚଳିତ ଶିକ୍ଷାବର୍ଷରେ ଭୀମଭୋଇ ବିଦ୍ୟାଳୟରୁ ୧୪ଜଣ ଛାତ୍ରଛାତ୍ରୀ ଉନ୍ନୀତ ହୋଇଛନ୍ତି, ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା କରାଯିବ। ଏଠାରେ ଯୁକ୍ତ୨ କଳା ବିଭାଗ ଖୋଲିବ। ଇନ୍‌ଫର୍ମେସନ ଟେକ୍ନୋଲୋଜି(ଆଇଟି) ପାଠ୍ୟକ୍ରମ ଅପ୍‌ସନାଲ ଭାବେ ରହିବ। ଯେହେତୁ ଆଇଟି ପାଠ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ନିଯୁକ୍ତି ସୁଯୋଗ ରହୁଛି ତେଣୁ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବ। ‌ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟାଳୟର ୫୦ ସିଟ୍‌ରେ ନାମଲେଖା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସ୍ବତନ୍ତ୍ର ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇପାରିବେ। ବିପିନ ବିହାରୀ ଚୌଧୁରୀ ସରକାରୀ ଧନ୍ଦାମୂଳକ ଶ୍ରବଣବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନ ପାଠ୍ୟକ୍ରମ ସହ ଆଇଟି ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଦଶମ ଶ୍ରେଣୀରେ ଏଠାରୁ ୧୦ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏହାବ୍ୟତୀତ ରାଜ୍ୟର ସ୍ବତନ୍ତ୍ର ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଥିବା ପିଲାମାନେ ମଧ୍ୟ ଏଠାରେ ଶିକ୍ଷା ଗ୍ରହଣ କରିପାରିବେ।

ଧନ୍ଦାମୂଳକ ପାଠ୍ୟକ୍ରମକୁ ଗୁରୁତ୍ବ

୩ରେ ଲୋକାର୍ପଣ

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆସନ୍ତା ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଉନ୍ନୀତ ବିଦ୍ୟାଳୟର ଲୋକାର୍ପଣ କରିବେ। ଅପରାହ୍ଣରେ ହେବାକୁ ଥିବା‌ ସ୍ବତନ୍ତ୍ର ଉତ୍ସବ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକଙ୍କ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନେ ଏକାଧିକ ଥର ଗସ୍ତ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ଲୋକାର୍ପଣ ଅବସରରେ ନୂତନ ପାଠ୍ୟକ୍ରମ ଘୋଷଣା କରାଯିବ। ଉନ୍ନୀତ ବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ରହଣୀ ପାଇଁ ବ୍ୟବସ୍ଥା କରାଯିବ। ବିଜ୍ଞାନରେ ଶିକ୍ଷା ଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ଲାଗି ଲାବରେଟୋରି ବିକାଶ ସହ ଉଭୟ ବିଦ୍ୟାଳୟ ପାଇଁ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହେବେ। ଜୁଲାଇ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।