ରାଜ୍ୟ ଲାଇଫ୍ ଷ୍ଟାଇଲ

ଦିନ ପରେ ଦିନ ଗଡ଼ି ଚାଲିଛି, ସୁମିତ ଓ ତପସ୍ୱିନୀଙ୍କ ବିବାଦର ସମାଧାନ କେବେ ହେବ?

ଭୁବନେଶ୍ୱର: ବ୍ରହ୍ମପୁରର ବହୁଚର୍ଚ୍ଚିତ ପାରିବାରିକ ବିବାଦର ସମାଧାନ ଆଜି ବି ହୋଇପାରିନାହିଁ । ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶ ନିଜ ନିଜ ପକ୍ଷର ଆଇନଗତ ଲଢ଼େଇରେ ବ୍ୟସ୍ତ । ସୁମିତ ତାଙ୍କର ବୟାନରେ କରୁଛନ୍ତି ଯେ ସେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ସେହିପରି ତପସ୍ୱିନୀ ମଧ୍ୟ ସୁମିତଙ୍କୁ ଦୋଷ ଦେଇ ନିଜକୁ ନିର୍ଦ୍ଦୋଷ କହୁଛନ୍ତି । ଯଦି ଏପରି ବୟାନବାଜୀ ସହ ଆଇନଗତ ଲଢ଼େଇ ଜାରି ରୁହେ, ତେବେ ବୋଧହୁଏ ଆଗାମୀ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଏହି ମାମଲା ଏପରି ଚାଲିଥିବ । ଯଦି ଦୁହେଁ ସମାଧାନର ବାଟ ଖୋଜିବେ, ତେବେ ନିଶ୍ଚିତ ଭାବେ ମାମଲାଟି ସମାଧାନ ହୋଇପାରିବ ।

ପୂର୍ବରୁ ସୁମିତଙ୍କ ପକ୍ଷରୁ ଆଗତ ପିଟିସିନର ଶୁଣାଣି କରି ହାଇକୋର୍ଟ ଆସନ୍ତା ୮ ତାରିଖକୁ ଜବାବ ଦାଖଲ ପାଇଁ ତପସ୍ୱିନୀଙ୍କୁ ସମୟ ଦେଇଛନ୍ତି । ପୂର୍ବରୁ ତପସ୍ୱିନୀ ନିଜ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ କିଛି ମହିଳା ସୁମିତଙ୍କ ଘରର ମେଟ୍ ଗେଟକୁ ଜୋରଜବରଦସ୍ତି ଭାଙ୍ଗି ଦେଇଥିଲେ । ଏହି ମାମଲାରେ ସୁମିତଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତେଣୁ ବାଧ୍ୟ ହୋଇ ସେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଉଭୟଙ୍କ ପକ୍ଷରୁ ଏକାଧିକ ମାମଲା ଜିଲ୍ଲା କୋର୍ଟ ଓ ହାଇକୋର୍ଟରେ ବିଚାରାଧୀନ ରହିଥିବା ବେଳେ ଏହାର ସମାଧାନର ପ୍ରକ୍ରିୟା ନିଶ୍ଚିତ ଭାବେ ଖୁବ୍ ଲମ୍ବା ହୋଇ ଚାଲିବ । ଉଭୟ ସୁମିତ ଓ ତପସ୍ୱିନୀ ପରସ୍ପରକୁ ଭଲ ପାଇ କୋର୍ଟ ମ୍ୟାରେଜ୍ କରିଥିଲେ । ଦୁହିଁଙ୍କ ମାମଲା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ହାଟରେ ପଡ଼ି ବାଟରେ ଗଡ଼ିଲାଣି । ତେଣୁ ଏଇ ଶିକ୍ଷିତ ଦମ୍ପତି ଯଦି ଚାହିଁବେ ସମାଧାନ ବାଟ ନିଶ୍ଚିତ ଭାବେ ଖୋଜି ପାରିବେ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ