ଖେଳ ଦେଶ ବିଦେଶ

ଦିନେଶ କାର୍ତ୍ତିକଙ୍କୁ ଧୋନୀଙ୍କ ସହ ତୁଳନା କଲେ ଆରସିବି ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୩୧/୦୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ଚଳିତ ସିରିଜର ପ୍ରଥମ ବିଜୟ ହାସଲ କରିଥିଲା । ଫାପ୍ ଡୁପ୍ଲେସିସଙ୍କ ନେତୃତ୍ୱରେ ଦଳ କୋଲକାତା ନାଇଟ ରାଇଡର୍ସକୁ ୩ ଓ୍ୱିକେଟରେ ମାତ୍ ଦେଇଥିଲା । ମ୍ୟାଚ୍ ଜିତିବା ପରେ ଅଧିନାୟକ ଡୁପ୍ଲେସିସ୍ ଓ୍ୱିକେଟ୍ କିପର ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ପ୍ରଶଂସା କରିଥିଲେ । ଏପରିକି ଧୋନୀଙ୍କ ସହ ତାଙ୍କ ତୁଳନା ମଧ୍ୟ କରିଥିଲେ ।

ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଆରସିବିକୁ ବିଜୟ ପାଇଁ ୧୨୯ ରନ୍ ଦରକାର ଥିଲା । ଦଳ ଅନ୍ତିମ ଓଭରରେ ମ୍ୟାଚ୍ ଜିତିପାରିଥିଲା । ଶେଷ ଓଭରରେ ଦଳକୁ ୭ ରନ୍ ଦରକାର ଥିଲା । କ୍ରିଜରେ ଦିନେଶ କାର୍ତ୍ତିକ ଥିଲେ । ସେ ଆନ୍ଦ୍ରେ ରସେଲଙ୍କ ପ୍ରଥମ ବଲରେ ଛକା ଓ ପରବର୍ତ୍ତୀ ବଲରେ ଚଉକା ମାରି ଦଳକୁ ଜିତାଇଥିଲେ । ସେ ୭ ବଲରୁ ୧୪ ରନ୍ କରି ଅପରାଜିତ ରହିଥିଲେ ।

ମ୍ୟାଚରେ ଦଳ ବିଜୟ ହେଲା ପରେ ଡୁପ୍ଲେସିସ୍ କହିଥିଲେ ଯେ, ଏହା ଏକ ଭଲ ବିଜୟ । ଅଳ୍ପ ସ୍କୋରର ପିଛା କରିବା ପାଇଁ ସକକରାତ୍ମକ ଚିନ୍ତାଧାରା ରହିବା ଦରକାର । ଶେଷ ଓଭର ଯାଏଁ ମ୍ୟାଚ୍ ଯିବା ଠିକ୍ ନଥିଲା । କେକେଆର ବୋଲରମାନେ ପ୍ରଭାବୀ ବୋଲିଂ କରିଥିଲେ । ପୂର୍ବ ମ୍ୟାଚରେ ୨୦୦ରୁ ଅଧିକ ସ୍କୋର ହୋଇଥିବା ବେଳେ ବୁଧବାର ୧୨୦ ପାଖାପାଖି ରହିଥିଲା ।

ସେ ଆହୁରି କହିଥିଲେ ଯେ, ଦିନେଶ କାର୍ତ୍ତିକଙ୍କ ଅନୁଭବ କାମ ଦେଇଥିଲା । ସେ ଶେଷ ୫ ଓଭର ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଖେଳିଥିଲେ । ଏହାସହ ମ୍ୟାଚକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ବୋଲି ଡୁପ୍ଲେସିସ୍ ପ୍ରକାଶ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ