ଖେଳ

ଦିନିକିଆ ପୂର୍ବରୁ ଅଭ୍ୟାସ୍ ମ୍ୟାଚ୍‌ରେ ଦମ୍ ଦେଖାଇଲେ ସଞ୍ଜୁ ସାମସନ, ସବୁ ବୋଲରଙ୍କୁ କଲେ ନିର୍ଧୁମ ପ୍ରହାର

କଲୋମ୍ବୋ ୧୭।୦୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାକାଲି ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଯୁବ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଦଳ ଶ୍ରୀଲଙ୍କା ପହଞ୍ଚିବା ପରେ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଖେଳିଛି। ଏଥିରେ କିଛି ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି। ପୃଥୀ ଶ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ବ୍ୟାଟସମ୍ୟାନ ନିଜର ଦମ ଦେଖାଇଛନ୍ତି। ଅନ୍ୟପଟେ ଦଳରେ ନିଜ ସ୍ଥାନ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ ଚଳାଇଥିବା ଯୁବ ବ୍ୟାଟସମ୍ୟାନ ସଞ୍ଜୁ ସାମସନ ମଧ୍ୟ ଅଭ୍ୟାସ୍ ମ୍ୟାଚ୍‌ରେ ନିଜର ଜଲଓ୍ଵା ଦେଖାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସଞ୍ଜୁଙ୍କ ବ୍ୟାଟିଂର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି। ଏଥିରେ ସେ ସମସ୍ତ ବୋଲରଙ୍କୁ ନିର୍ଧୁମ ପ୍ରହାର କରୁଥିବା ଦେଖିବାକୁ ମିଳିଛି।

ତାଙ୍କର ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସଞ୍ଜୁ ସାମସନଙ୍କ ବ୍ୟାଟିଂର ଭିଡିଓ ସେୟାର କରିଛି। ଭିଡିଓରେ କେରଳର ଏହି ବ୍ୟାଟସମ୍ୟାନ ଭୁବନେଶ୍ଵର କୁମାର, ବରୁଣ ଚକ୍ରବର୍ତ୍ତୀ, ନବଦୀପ ସାଇନିଙ୍କ ପରି ବୋଲରଙ୍କ ବିରୋଧରେ ବଡ ବଡ ସଟ୍ ମାରୁଥିବା ଦେଖିବାକୁ ମିଳିଛି। ସଞ୍ଜୁ ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରହିଥିଲେ। ମାତ୍ର ତାଙ୍କ ଦଳ କିଛି ଖାସ୍ ପ୍ରଦର୍ଶନ କରି ପାରିନାହିଁ। କିନ୍ତୁ ଏହି ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଦମଦାର ବ୍ୟାଟିଂ କରି ୭ଟି ମ୍ୟାଚ୍‌ରେ ୧୪୫.୭୮ ହାରରେ ୨୭୭ ରନ କରିଥିଲେ।

ସଞ୍ଜୁ ସାମସନ ଏ ପର୍ଯ୍ୟନ୍ତ ୭ଟି ଟି-୨୦ ମ୍ୟାଚ୍‌ ଖେଳି ସାରିଛନ୍ତି। ହେଲେ ଏଥିରେ ମାତ୍ର ସେ ୮୩ ରନ କରିଛନ୍ତି। ସର୍ବାଧିକ ସ୍କୋର ୨୩ ରହିଛି। ତେଣୁ ଶ୍ରୀଲଙ୍କା ଗସ୍ତରେ ସାମସନଙ୍କ ପାଖରେ ନିଜକୁ ସାବ୍ୟସ୍ତ କରିବାକୁ ଭଲ ସୁଯୋଗ ଦେଇଛି। ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟ-୨୦ ମ୍ୟାଚ୍ ଖେଳିବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ