ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିଘା ମୁହାଣରେ ଲାଗିଲା ବିରଳ ପ୍ରଜାତିର ମାଛ, ଦେଖିବାକୁ ଲାଗିଲା ଗହଳି

ଭୋଗରାଇ ୧୪/୧୧: ଓଡିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ମୁହାଣରେ ଏକ ବିରୋଳ ପ୍ରଜାତିର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି । ଯାହାର ଓଜନ ପ୍ରାୟ ୫୦୦-୫୫୦ କିଲୋଗ୍ରାମ ହେବ । ଏହାର ମୁହ ଲମ୍ବା କରତ ଭଳି ଦେଖିବାକୁ । ଏହା ସାଧାରଣତ ଗଭୀର ସମୁଦ୍ରରେ ଦେଖାଯାଏ ।

ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି ଯେ ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନକାରୀ ଔଷଧ ତିଆରି କରାଯାଏ । ପାରାଦ୍ୱୀପର ଏକ ଟ୍ରଲରରେ ଏହି ମାଛଟି ଦିଘା ମୁହାଁଣକୁ ଆସିଥିବା ସୂଚହନା ମିଳିଛି । ଏହି ମାଛଟି ପ୍ରାୟ ବିଲୁପ୍ତ । ଏହି ମାଛ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଆଜି ଦିଘା GKD ରେ ନିଲାମ ହୋଇଥିଲା । ଯାହାର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ବୋଲି ଜଣାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।