ମନୋରଞ୍ଜନ

ଦିଗଜ ଅଭିନେତା ଲଲିତ ବେହଲଙ୍କ କରୋନାରେ ଦେହାନ୍ତ, ‘ତିତଲୀ’ ଏବଂ ‘ମୁକ୍ତି ଭବନ’ ଭଳି ଫିଲ୍ମରେ କରିଥିଲେ କାମ

ମୁମ୍ବାଇ ୨୪/୦୪: ସମଗ୍ର ଦେଶରେ କରୋନାରେ ହାହାକାର ଶୁଭୁଛି । ଏଥି ମଧ୍ୟରେ ଦିଗଜ ଅଭିନେତା ତଥା ଫିଲ୍ମ ନିର୍ମାତା ଲଲିତ ବେହଲଙ୍କ କରୋନାରେ ଦେହାନ୍ତ ହୋଇଛି । ଗତ ସପ୍ତାହରେ ୭୧ ବର୍ଷିୟ ଲଲିତ କୋଭିଡ ୧୯ ରେ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଥିଲେ । ଗତକାଲି ଶୁକ୍ରବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲଲିତ ବେହଲଙ୍କ ପୁଅ କାନୁ ବେହଲ ଏହି ସୂଚନା ଦେଇଛନ୍ତି ।


କାନୁ କହିଛନ୍ତି, ‘ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ହୃଦଘାତ ହୋଇଥିଲା ଏବଂ ପରେ କୋଭିଡ ତାଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଥିଲା । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା ଯାହା ଗୁରୁତର ଥିଲା । ତାଙ୍କ ସ୍ୱାସ୍ଥ୍ୟଗତ ଜଟିଳତା ଏହାକୁ ଅଧିକ କଷ୍ଟସାଧ୍ୟ କରିଥିଲା । ‘

ଲଲିତ ବେହଲ ଥିଏଟରର ଜଣାଶୁଣା ନାମ ଥିଲେ । ସେ ଦୁରଦର୍ଶନରେ ଟେଲିଫିଲ୍ମସ୍ ସିରିଏଲ ‘ତାପିଶ’, ‘ଆତିଶ’ ଏବଂ ‘ସୁନହେରୀ ଜିଲ୍ଦ’ର ନିର୍ଦ୍ଦେଶନା ଦେଇଥିଲେ । ଏହା ବ୍ୟତୀତ ସେ ସିରିଏଲ ‘ଅଫସାନେ’ରେ ଅଭିନୟ କରିଥିଲେ । ନିକଟରେ ଲଲିତ ଫିଲ୍ମ ‘ତିତଲୀ’ ଏବଂ ‘ମୁକ୍ତି ଭବନ’ରେ ନଜର ଆସିଥିଲେ । ଲଲିତ ଆମାଜନ ପ୍ରାଇମ ଭିଡିଓରେ ୱେବ୍ ସିରିଜ୍ ‘ମେଡ୍ ଇନ୍ ହେଭେନ୍’ରେ ମଧ୍ୟ କାମ କରିଥିଲେ । ତାଙ୍କର ଫିଲ୍ମ ‘ଜଜମେଣ୍ଟାଲ୍ ହୈ କ୍ୟା’ ୨୦୧୯ ରେ ରିଲିଜ୍ ହୋଇଥିଲା ।

ଫିଲ୍ମ ‘ମୁକ୍ତି ଭବନ’ରେ ତାଙ୍କ ସହ କାମ କରିଥିବା ଅଭିନେତା ଆଦିଲ ହୁସେନ୍ ଟ୍ୱିଟରରେ ଶୋକ ବ୍ୟକ୍ତ କରିଛନ୍ତି । ଆଦିଲ ଲେଖିଛନ୍ତି, ‘ମୋର ପ୍ରିୟ ତଥା ସମ୍ମାନିତ ସହ-ଅଭିନେତା ଲଲିତ ବେହଲଙ୍କର ଦେହାନ୍ତ ହୋଇଛି, ଯାହା ଅତ୍ୟନ୍ତ ଦୁଃଖ ଦାୟକ । ‘ମୁକ୍ତି ଭବନ’ରେ ସେ ଜଣେ ବାପାଙ୍କ ସର୍ବୋତ୍ତମ ଚରିତ୍ରରେ ଅଭିନୟ କରିଥିଲେ । ପୁଣି ଥରେ ଲାଗିଲା ଯେପରି ମୁଁ ମୋ ବାପାଙ୍କୁ ହରାଇଛି ।‘

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ