ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

ନୂଆଗାଁ : ଓଡ଼ିଶା ବିଧାନସଭା ପାଠାଗାର କମିଟି ଦିନିକିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ନୟାଗଡ଼ ସ୍ବଂୟଶାସିତ ମହାବିଦ୍ୟାଳୟ ପାଠାଗାର ସମେତ ନୂଆଗାଁ ବ୍ଲକ‌୍‌ ଉଦୟପୁରରେ ଥିବା ପ୍ରସିଦ୍ଧ ଦାସିଆ ଅଜା ପାଠାଗାର ବୁଲି ଦେଖିଛନ୍ତି। ଓଡ଼ିଶାର ପ୍ରଖ୍ୟାତ ସଂଗ୍ରାହକ ଦାସିଆ ଅଜାଙ୍କ ଦ୍ବାରା ନୂଆଗାଁର ଉଦୟପୁରଠାରେ ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ଓ ସଂଗ୍ରହାଳୟର ସାଂସ୍କୃତିକ ସମ୍ଭାରକୁ ପରିଦର୍ଶନ କରିଛନ୍ତି। ସଂଗ୍ରହାଳୟରେ ଲକ୍ଷାଧିକ ପୁସ୍ତକ ସମ୍ଭାର ଓ ଦେଶବିଦେଶର ଶହ ଶହ ଦୁର୍ଲ୍ଲଭ ସାମଗ୍ରୀକୁ ଦେଖି ବିଧାୟକମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି।

ବିଧାନସଭା ପାଠାଗାର ଗୃହ କମିଟିର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ବରେ ବିଧାୟକ ମହିଧର ରଣା, ଅଙ୍ଗଦ କହଁର, ପ୍ରଦୀପ କୁମାର ଦିଶାରୀ, ସତ୍ୟନାରାୟଣ ପ୍ରଧାନ, ଆଦିତ୍ୟ ମାଢ଼ୀ, ପ୍ରଶାନ୍ତ ବେହେରା, ରମେଶ ଚନ୍ଦ୍ର ବେହେରା, ମଞ୍ଜୁଳା ସ୍ବାଇଁ, ସୂର୍ଯ୍ୟମଣି ବୈଦ୍ୟ, ଦାଶରଥି ଗମାଙ୍ଗ, ବିକ୍ରମ କୁମାର ପଣ୍ତା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ ପ୍ରମୁଖ ଆଜି ଦାସିଆଅଜାଙ୍କ ଜନ୍ମପୀଠ ପରିଦର୍ଶନରେ ଆସିଥିଲେ। ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକ ବିଧାୟକମାନଙ୍କୁ ସମସ୍ତ ସଂଗୃହୀତ ସାମଗ୍ରୀ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଏଥିସହିତ, ଦାସିଆ ଅଜା ଓ ଅନୁଷ୍ଠାନ ପ୍ରତି ସରକାରଙ୍କ ଅବହେଳା ଓ ଉଦାସୀନତା ନେଇ ତାଙ୍କ ନାତି ଶ୍ରୀ ପଟ୍ଟନାୟକ ବିଧାୟକ ଗୃହ କମିଟି ନିକଟରେ ନିଜର କ୍ଷୋଭ ପ୍ରକାଶ କରିଥିଲେ।

ଆଲୋଚନା ସମୟରେ ବିଧାନସଭା ଗୃହ କମିଟି ପକ୍ଷରୁ ଖୁବ୍‌ଶୀଘ୍ର ଏହି ବିଶ୍ବପ୍ରସିଦ୍ଧ ସାଧକ ଦାସିଆ ଅଜାଙ୍କ ଅମ୍ଳାନ ସ୍ମୃତିରକ୍ଷା ଏବଂ ଅନୁଷ୍ଠାନକୁ ବିଶ୍ବସ୍ତରୀୟ ଭାବେ ବିକଶିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ ବୋଲି ଗୃହ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଶ୍ରୀ ସାମଲ କହିଥିଲେ, ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥର ଅଭାବ ନାହିଁ ବରଂ ମନର ଅଭାବ ରହିଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ନୂଆଗାଁ ବିଡିଓଙ୍କ ସହିତ ଓଡ଼ିଶା ବିଧାନସଭାର ଉଚ୍ଚପଦସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।