ଖେଳ ଦେଶ ବିଦେଶ

ଦାଦାଙ୍କ କଥା ମାନିଲେନି ପାଣ୍ଡ୍ୟା, ଖେଳିବେନି ରଣଜୀ ମୁକାବିଲା

ନୂଆଦିଲ୍ଲୀ ୦୮/୦୨: ଦାଦାଙ୍କ କଥା ମାନିଲେନି ପାଣ୍ଡ୍ୟା । ଫେବ୍ରୁଆରୀ ୧୦ ତାରିଖରୁ ଖେଳା ଯିବାକୁ ଥିବା ରଣଜୀ ଟ୍ରଫିରେ ଭଦୋଦରା ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ନାହିଁ । କେଦାର ଦେବଧରଙ୍କୁ ବରୋଦା ଟିମ୍‌ର ଅଧିନାୟକ ଦାୟିତ୍ୱ ମିଳିଛି । ବିଷ୍ଣୁ ସୋଲାଙ୍କିଙ୍କୁ ଉପଅଧିନାୟକ କରାଯାଇଛି ।

ହାର୍ଦ୍ଦିକ ଦୀର୍ଘ ଦିନ ହେବ ଭାରତୀୟ ଟିମରୁ ବାହାରେ ଅଛନ୍ତି । ସେ ଟି୨୦ ବିଶ୍ୱକପରେ ଶେଷ ଥର ପାଇଁ ଦଳରେ ଖେଳୁଥିଲେ । ପରେ ଫିଟନେସ୍ କାରଣରୁ ତାଙ୍କୁ ବାଦ୍ ଦିଆଯାଇଥିଲା । ତେବେ ରଣଜୀ ଟ୍ରଫି ପୂର୍ବରୁ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ପାଣ୍ଡ୍ୟା ରଣଜୀ ଖେଳିବେ ବୋଲି ଆଶା ପ୍ରକାଶ କରିଥିଲେ । ଗାଙ୍ଗୁଲି କହିଥିଲେ ଯେ, ହାର୍ଦ୍ଦିକ ଆହତ ହୋଇଥିଲେ । ତାଙ୍କୁ ସୁସ୍ଥ ହେବାକୁ ସମୟ ଦିଆଯାଇଥିଲା । ସେ ରଣଜୀରେ ପାଣ୍ଡ୍ୟାଙ୍କୁ ଦେଖିବେ ବୋଲି କହିଥିଲେ ।

ଆଇପିଏଲରେ ଖେଳିବେ ପାଣ୍ଡ୍ୟା !

୨୮ ବର୍ଷୀୟ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଭାବେ ଫିଟ୍ ନାହାଁନ୍ତି । ସେ ବୋଲିଂଠୁ ଦୀର୍ଘ ଦିନ ଧରି ଦୂରରେ ରହିଛନ୍ତି । ଟି୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ସେ ବୋଲିଂ କରିନଥିଲେ । ଏହପରେ ତାଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ସେ ଆଇପିଏଲ ଜରିଆରେ କ୍ରେକଟକୁ ଫେରିବେ ବୋଲି ଆଶା କରାଯାଉଛି । କାରଣ ତାଙ୍କୁ ଅହମ୍ମଦାବାଦ ଟିମ୍‌ର ଅଧିନାୟକ ଭାର ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ