ରାଜ୍ୟ

ଦାଦନ ଦୁଃଖ: ବେଙ୍ଗାଲୁରୁ‌ରେ କନ୍ଧମାଳ ଶ୍ରମିକ ମୃତ; ପ୍ରଶାସନ ସହଯୋଗ ମିଳିଲାନି, ୫ ଦିନ ପରେ ଆସିଲା ଶବ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାକୁ ଛାଡ଼ୁନି ଦାଦନ ଦୁଃଖ। ଘୁ.ଉଦୟଗିରି ବ୍ଲକ୍‌ କଳିଙ୍ଗା ପଞ୍ଚାୟତ ପୁକୁଲିଙ୍ଗିଆ ଗ୍ରାମର କୃଷ୍ଣ ପ୍ରଧାନ (୩୨) ନାମକ ଜଣେ ଦାଦନ ଶ୍ରମିକଙ୍କ ସୁଦୂର ବେଙ୍ଗାଲୁରୁରେ ମୃତ୍ୟୁ ହୋଇଛି। ତେବେ ପରିବାର ଲୋକେ ଶବକୁ ଗ୍ରାମକୁ ଆଣିବାକୁ ସକ୍ଷମ ନଥିବା ବେଳେ ପ୍ରଶାସନକୁ ଅନୁନୟ ବିନୟ ହେବା ସତ୍ତ୍ବେ କୌଣସି ସହଯୋଗ ମିଳିଲାନି। ଶେଷରେ ମୃତ୍ୟୁର ୫ ଦିନ ପରେ ଆଜି କୃଷ୍ଣଙ୍କ ଶବ ଗାଁରେ ପହଞ୍ଚିଛି। ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରା ଯାଇଥିବ‌ା ବେଳେ ରୋଜଗାରିଆ ପୁ୍ଅକୁ ହରାଇ ପରିବାର ଏବେ ଦୁଃଖରେ ଭାଙ୍ଗି ପଡ଼ିଛି। ତେବେ ଶବ ଆଣିବାରେ ପରିବାର ଲୋକେ ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସହାୟତା ନମିଳିବା ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ପୁକୁଲିଙ୍ଗିଆ ଗ୍ରାମର ପ୍ରଫୁଲ୍ଲ ପ୍ରଧାନଙ୍କ ବଡ଼ପୁଅ କୃଷ୍ଣ ବେଙ୍ଗାଲୁରୁ ସୋଜାପୁର୍ ରୋଡ଼, କୁର୍ଶିଗେଟ ଅଞ୍ଚଳର ଏକ ଷ୍ଟିଲ୍‌ ଦୋକାନରେ ୧୫ ବର୍ଷରୁ ଅଧିକ ହେବ କାମ କରୁଥିଲେ। ସେଠାରେ କୃଷ୍ଣଙ୍କ ସାନଭାଇ ସୁକାନ୍ତ ପ୍ରଧାନ ମଧ୍ୟ କାମ କରୁଥିଲେ। ଘଟଣା ଦିନ ଦୁଇଭାଇ କାମ ସାରି ଖାଇସାରି ଶୋଇ ଯାଇଥିଲେ। ୧୪ ତାରିଖ ଭୋର୍ ୪ଟା ବେଳେ ହଠାତ୍ କୃଷ୍ଣ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଛଟପଟ ହୋଇଥିଲେ। ପାଖରେ ଥିବା ସାନଭାଇ ଓ ଗ୍ରାମର ଅନ୍ୟ ସହଯୋଗୀ କିଛି ଭାବିବା ପୂର୍ବରୁ କୃଷ୍ଣଙ୍କ ପ୍ରାଣବାୟୁ ଚାଲି ଯାଇଥିଲା। ମୃତକଙ୍କ ସାନଭାଇ ତୁରନ୍ତ ଘର ଲୋକଙ୍କୁ ଖବର ଦେଇଥିଲେ। ପରେ ସ୍ଥାନୀୟ ୱାର୍ଡ଼ମେମ୍ବର ଯାବେଶ ପ୍ରଧାନଙ୍କ ନେତୃତ୍ୱରେ ସେମାନେ ଘୁ.ଉଦୟଗିରି ଥାନାରେ ଶବ ଫେରାଇ ଆଣିବା ପାଇଁ ଲିଖିତ ଭାବେ ଜଣାଇଥିଲେ।

ସ୍ଥାନୀୟ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ବେଙ୍ଗାଲୁରୁ କୁର୍ଟିଗାଟି ଥାନାକୁ ଫୋନ୍‌ କରି ଶବ ଶବ ବ୍ୟବଚ୍ଛେଦ କରି ଫେରାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ପରିବାର ଲୋକେ ଏ ନେଇ ବ୍ଲକ୍‌ ପ୍ରଶାସନକୁ ମଧ୍ୟ ସାହାଯ୍ୟ ପାଇଁ ଅନୁରୋଧ କରିବା ସହ ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ସହଯୋଗ ନିବେଦନ କରିଥିଲେ। କିନ୍ତୁ ବ୍ଲକ ପ୍ରଶାସନ କିମ୍ବା ସରପଞ୍ଚଙ୍କ ଆଡୁ କୌଣସି ସହାୟତା ମିଳି ନ ଥିବା ପରିବାର ଲୋକ କହିଛନ୍ତି। କେବଳ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା କରିପାରିବୁ ବୋଲି କୁଆଡ଼େ କହିଥିଲେ। ‌ଶେଷରେ ନିରୁପାୟ ହୋଇ ଗ୍ରାମର କିଛି ଲୋକ ବେଙ୍ଗାଲୁରୁ ଯାଇ ବ୍ୟବଚ୍ଛେଦ ପରେ ଶବକୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ପର୍ଯ୍ୟନ୍ତ ଓ ଭୁବନେଶ୍ଵରରୁ ପୁକୁଲିଙ୍ଗିଆ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଖର୍ଚ୍ଚ ବହନ କରି ଆଣିଥିଲେ। ସମସ୍ତ ଅର୍ଥ ବେଙ୍ଗାଲୁରୁ ସ୍ଥିତ ଷ୍ଟିଲ୍‌ ଦୋକାନ ମାଲିକ ସହାୟତା କରିଥିଲେ ବୋଲି କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।