ଦେଶ ବିଦେଶ ମନୋରଞ୍ଜନ

ଦାଉଦ୍‌ଙ୍କୁ ନେଇ ଆସିବ ଦୁଇଟି ୱେବ୍ ସିରିଜ୍

କୁଖ୍ୟାତ ଅଣ୍ଡରଵାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ଙ୍କ ଜୀବନୀକୁ ନେଇ ଦୁଇଟି ୱେବ୍ ସିରିଜ୍ ମୁକ୍ତିଲାଭ କରିବ। ଵେବ୍ ସିରିଜ୍ ଦ୍ବୟ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବ। ଚଳଚ୍ଚିତ୍ର ନିର୍ମାତା ଫରହାନ୍ ଅଖତାର୍ ଓ ରାମଗୋପାଳ ବର୍ମା ଏ ନେଇ ଏବେ ଠାରୁ ତଥ୍ୟ ସଂଗ୍ରହରେ ଲାଗିପଡ଼ିଛନ୍ତି। ସୂଚନା ମୁତାବକ ଫରହାନ୍ ତିଆରି କରୁଥିବା ଏହି ୱେବ୍ ସିରିଜ୍ ହୁସେନ୍ ଜେଦିଙ୍କ ‘ଡୋଙ୍ଗରି ଟୁ ଦୁବାଇ’ ପୁସ୍ତକର କାହାଣୀରୁ ଉଦ୍ଧାର କରାଯାଇଛି। ଲକ୍‌ଡାଉନ୍ ପୂର୍ବରୁ ଫରହାନ୍‌ଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ୍ ଏହାର ସୁଟିଂ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପୁଣି ବାକି ଭାଗ ସୁଟିଂ ପାଇଁ ସେଟ୍ ତିଆରି ଚାଲିଥିବା ସୂଚନା ମିଳିଛି। ସେହିଭଳି ରାମଗୋପାଳଙ୍କ ୱେବ୍ ସିରିଜ୍ ‘ଡି କମ୍ପାନି’ ତାଙ୍କ ନିଜସ୍ବ ଅନୁସନ୍ଧାନକୁ ନେଇ ତିଆରି କରୁଛନ୍ତି। ତେବେ ସର୍ବପ୍ରଥମେ ନିଖିଳ ଆଡଭାନୀ ଦାଉଦଙ୍କୁ ନେଇ ‘ଡି ଡେ’ ନାମରେ ଏକ ଚଳଚ୍ଚିତ୍ର ତିଆରି କରିସାରିଛନ୍ତି। ଋଷି କାପୁର୍ ଏଥିରେ ଆତଙ୍କବାଦୀ ଦାଉଦ୍ ଭୂମିକାରେ ନଜର ଆସିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ