ରାଜ୍ୟ

ଦଶପଲ୍ଲାରେ ବଢ଼ୁଛି ଅପପୁଷ୍ଟି: ଚିହ୍ନଟ ଶିଶୁଙ୍କ ମଧ୍ୟରୁ ଅଧା ଏନ୍ଆର୍‌ସିରେ ଭର୍ତ୍ତି

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ରେ ଦିନକୁ ଦିନ ବୃଦ୍ଧି ପାଉଛି ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ସଂଖ୍ୟା। ଚିହ୍ନଟ ହେଉଥିବା ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଶିଶୁ ଗୁରୁତର ଅବସ୍ଥାରେ ପୁଷ୍ଟି ପୁନର୍ବାସ ସଂସ୍ଥା ବା ଏନ୍ଆର୍‌ସିରେ ଭର୍ତ୍ତି ହେଉଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ବ୍ଲକ୍‌ରେ ଚିହ୍ନଟ ହୋଇଥିବା ଏହି ଶିଶୁ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ତୁଳନାରେ ସର୍ବାଧିକ ହୋଇଥିବା କୁହାଯାଇଛି। ଗୋଟିଏ ପାର୍ଶ୍ବରେ ଶିଶୁ ଜନ୍ମ ହେବାପରେ ନିରୋଗ ତଥା ସୁରକ୍ଷିତ ରହିବା ପାଇଁ ସରକାରଙ୍କ ପକ୍ଷରୁ ନାନା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗର୍ଭବତୀ ମହିଳାଙ୍କୁ ମହିଳା ଓ ଶିଶୁ ବିକାଶ ଯୋଜନା ମାଧ୍ୟମରେ ସୁଷମ ବା ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇ ଦେବାଠାରୁ ଆରମ୍ଭ କରି ସଠିକ୍ ସମୟରେ ବିଭିନ୍ନ ପ୍ରକାରର ପ୍ରତିଷେଧକ ଟିକା ଦିଆଯାଇଥାଏ। ଏଥିସହିତ ଶିଶୁ ଜନ୍ମ ହେବାର ୬ ମାସଠାରୁ ୫ ବର୍ଷ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଏବଂ ବିଦ୍ୟାଳୟମାନଙ୍କରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ହେଲେ ଗତ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବା ଆର୍‌ବିଏସ୍‌କେ ମାଧ୍ୟମରେ ଚିହ୍ନଟ ହୋଇଥିବା ଅପପୁଷ୍ଟିଜନିତ ଶିଶୁ ସରକାରଙ୍କ ବିଧିବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗନବାଡ଼ି ଏବଂ ବିଦ୍ୟାଳୟମାନଙ୍କରେ ଆର୍‌ବିଏସ୍‌କେ ଟିମ୍ ପକ୍ଷରୁ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ଦଶପଲ୍ଲା ବ୍ଲକ୍‌ର ୨୦ଟି ପଞ୍ଚାୟତ ଏବଂ ଏନ୍ଏସି ପାଇଁ ୨ଟି ଆର୍‌ବିଏସ୍‌କେ ଟିମ୍ କାର୍ଯ୍ୟ କରୁଛି। ଆର୍‌ବିଏସ୍‌କେ ଟିମ୍-୧ ଅଧୀନରେ ପ୍ରାୟ ୧୧ଟି ପଞ୍ଚାୟତ ଘୋଳାହାଣ୍ତି, ମଧ୍ୟଖଣ୍ଡ, ଡିହଗାଁ, ନଛିପୁର, ଘୁଗୁଡିପଡା, ସରିଗଣ୍ଡା, ଟାକରା, ତୁମାଣ୍ତି, କୁଲୁରୁକୁମ୍ପା, ବାଣିଗୋଛା ଏବଂ କୁଜାମେଣ୍ଢି ପଞ୍ଚାୟତ ରହିଛି। ସେହିଭଳି ଟିମ୍-୨ ଅଧୀନରେ ଏନ୍ଏସି ସମେତ ଖମାରସାହି, ସିମିଳିସାହି, ତେଣ୍ତାବାଡି, ପୋଖରୀଗୋଛା, ଚଡେୟାପଲ୍ଲୀ, ନୂଆଗାଁ, କଳସାଖମଣ, ଦୁଡା ଆଦି ପଞ୍ଚାୟତ ରହିଛି। ଗତବର୍ଷ ଟିମ୍-୧ ପକ୍ଷରୁ ପ୍ରାୟ ୧୦୪ ଜଣ ଅପପୁଷ୍ଟି ଶିଶୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଶିଶୁ ବା ୫୦ ଜଣ ଗୁରୁତର ଥିବାରୁ ନୟାଗଡ଼ସ୍ଥିତ ପୁଷ୍ଟି ପୁନର୍ବାସ ସଂସ୍ଥା ବା ଏନ୍ଆର୍‌ସିରେ ଭର୍ତ୍ତି କରାଯାଇଛି।

ସେହିଭଳି ଟିମ୍-୨ରେ ପ୍ରାୟ ୩୨ ଜଣ ଶିଶୁଙ୍କ ମଧ୍ୟରୁ ୧୨ ଜଣ ଭର୍ତ୍ତି ହୋଇଥିବା ବିଶେଷସୂତ୍ରରୁ ଜଣାପଡିଛି। ଜିଲ୍ଲାର ବିଭିନ୍ନ ବ୍ଲକ୍‌ ତୁଳନାରେ ଦଶପଲ୍ଲା ବ୍ଲକ୍‌ର ଏହି ତଥ୍ୟ ସର୍ବାଧିକ ରହିଥିବା କୁହାଯାଇଛି। ଦଶପଲ୍ଲା ବ୍ଲକଟି ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେଥିରୁ ଏହା ସ୍ପଷ୍ଟ ବାରି ହୋଇ ପଡୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।