ମନୋରଞ୍ଜନ ରାଜ୍ୟ

ଦର୍ଶକଙ୍କ ମନ କିଣୁଛି ‘ସର୍ବଜିତା ଅନୁ’, ଝିଅ ସାରା ପାଇଁ ପାର୍ଟନର ହେବେ କି ମା’ ଅନୁ ?

ଭୁବନେଶ୍ୱର ୦୯।୦୪ : ଓଡିଆ ଦର୍ଶକଙ୍କ ମନ କିଣୁଛି ‘ସର୍ବଜିତା ଅନୁ’ । ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ଏହି ନୂଆ ମେଗା ଧାରାବାହିକ ମାତ୍ର ୧୫ ଏପିସୋଡରେ ସର୍ବାଧିକ ଜନାଦୃତି ହାସଲ କରିଛି । ମାର୍ଚ୍ଚ ୧୪ ତାରିଖରୁ ‘ସର୍ବଜିତା ଅନୁ’ର ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ମାତ୍ର କମ୍ ଦିନରେ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏହି ମେଗା ଧାରାବାହିକ ।

ତେବେ ‘ସର୍ବଜିତା ଅନୁ’ର ଆଗାମୀ ଅଧ୍ୟାୟରେ ରହିଛି ଭରପୁର ରୋମାଞ୍ଚକ । ଯେଉଁଥିରେ ସୋସାଇଟି ମଧ୍ୟରେ ଏକ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ଏଥିରେ ଅନୁର ଝିଅ ସାରା ବି ଅଂଶ ଗ୍ରହଣ କରିବାକୁ ଚାହୁଁଛି । କିନ୍ତୁ ତାକୁ ଜଣେ ପାର୍ଟନରର ଆବଶ୍ୟକତା ରହିଛି । ତେବେ ସାରା ପାଇଁ କଣ ପାର୍ଟନର ହେବେ କି ମା ଅନୁ ? ଆଉ ଯଦି ମାଙ୍କ ସହ ସାରା ଏହି ପ୍ରତିଯୋଗିତାରେ ଭାଗ ନିଏ ତାହା ହେଲେ କଣ ସେ ପ୍ରତିଯୋଗିତା ଜିତିପାରିବ ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଦର୍ଶକଙ୍କୁ ଆଗାମୀ ଅଧ୍ୟାୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ସୋମବାରରୁ ଶନିବାର ରାତି ୮ଟାରେ ଜୀ ସାର୍ଥକରେ ମେଗା ଧାରାବାହିକ ‘ସର୍ବଜିତା ଅନୁ’ ପ୍ରସାରିତ ହେଉଛି । ମାତ୍ର କମ୍ ଦିନରେ ଦର୍ଶକଙ୍କ ଆଦୃତି ଲାଭ କରିଥିବା ‘ସର୍ବଜିତା ଅନୁ’କୁ ଦର୍ଶକ ଆଗକୁ ଆହୁରି ଭଲପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ