ଖେଳ ଦେଶ ବିଦେଶ

ଦର୍ଶକଙ୍କ ନାକ ଫଟାଇଦେଲେ ରୋହିତ, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ ୧୪/୦୩: ଦର୍ଶକଙ୍କ ନାକ ଫଟାଇଲେ ରୋହିତ ଶର୍ମା । ବେଙ୍ଗାଲୁରୁରେ ଖେଳାଯାଉଥିବା ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଦିନରେ ଅଧିନାୟକ ରୋହିତ ଶର୍ମା ଛକା ମାରି ଜଣେ ଦର୍ଶକଙ୍କ ନାକ ଫଟାଇ ଦେଇଛନ୍ତି । ଫଳରେ ଦର୍ଶକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । କାରଣ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା ।

ସୂଚନାନୁସାରେ, ଭାରତ ଓ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ଦିନରେ ବ୍ୟାଟିଂ କରୁଥିଲେ ରୋହିତ ଶର୍ମା । ସେ ବିଶ୍ୱ ଫର୍ଣ୍ଣାଣ୍ଡୋଙ୍କ ଏକ ବଲକୁ ସିଧା ଷ୍ଟାଣ୍ଡ ଦିଗରେ ଛକା ମାରିଥିଲେ । ତେବେ ଦର୍ଶକ ଗ୍ୟାଲେରୀରେ ଥିବା ଜଣେ ବ୍ୟକ୍ତି ଏହାକୁ କ୍ୟାଚ୍ କରିବା ପାଇଁ ଭାବିଥିଲେ। କିନ୍ତୁ ଏହା ତାଙ୍କ ହାତରେ ନ ରହି ନାକରେ ବାଜିଥିଲା ।

ଫଳରେ ବ୍ୟକ୍ତିଙ୍କ ନାକରୁ ରକ୍ତ ବାହାରିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରେ ଏକ୍ସରେ କରିବା ପରେ ଏଥିରେ ଫ୍ୟାକଚର୍ ହୋଇଥିବା ଜଣାପଡିଥିଲା । ଏପରି ଭାବେ ରୋହିତ ନ ଚାହିଁ ବି ଜଣେ ଫ୍ୟାନଙ୍କ ନାକ ଫଟାଇଦେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ