ଖେଳ ଦେଶ ବିଦେଶ

ଦମଦାର୍ କ୍ୟାଚ୍ ଧରି ଚର୍ଚ୍ଚାରେ ସେଲଡନ୍, ନେଟିଜେନ୍ସ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୩୧/୦୩: ଆଇପିଏଲ ୨୦୨୨ରେ କୋଲକାତା ନାଇଟ ରାଇଡର୍ସର କୋଚ୍ ସେଲଡନ୍ ଜ୍ୟାକସନ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ବେଙ୍ଗାଲୁରୁ ବିପକ୍ଷ ଏକ ମୁକାବିଲାରେ ଦମଦାର କ୍ୟାଚ୍ ନେଇଥିଲେ । ଯାହାକୁ ସୋସିଆଲ ମିଡିଆରେ ନେଟିଜେନ୍ସ ପ୍ରଶଂସା କରୁଛନ୍ତି । ଏହାପୂର୍ବରୁ ଚେନ୍ନାଇ ସୁପର କିଙଗ୍ସ ବିପକ୍ଷ ମ୍ୟାଚରେ ସେ ରବିନ ଉଥାପ୍ପାଙ୍କୁ ଷ୍ଟମ୍ପିଂ କରି ପ୍ରଶଂସା ପାଇଥିଲେ ।

ଆରସିବି ବିପକ୍ଷରେ ୧୮ତମ ଓଭରରେ ସେଲଡନ୍ ଜ୍ୟାକସନ୍ ଶେରଫନ୍ ରଦରଫୋର୍ଡଙ୍କ କ୍ୟାଚ୍ ଧରି ମୁକାବିଲାକୁ ଅଧିକ ରୋମାଞ୍ଚକର କରିଦେଇଥିଲେ । ବେଙ୍ଗାଲୁରୁକୁ ଶେଷ ୩ ଓଭରରେ ୨୪ ରନ୍ ଦରକାର ଥିଲା । ଟିମ୍ ସାଉଦି ଲଗାତର ଭାବେ ବ୍ୟାଟରଙ୍କୁ ଅଡୁଆରେ ପକାଉଥିଲେ । ତାଙ୍କ ବୋଲିଂ ପାଇଁ ବ୍ୟାଟର ଅସୁବିଧାର ସାମ୍ନା କରିଥିଲେ । ଏହି ସମୟରେ ରଦରଫୋର୍ଡ ଅଫ୍ ଷ୍ଟମ୍ପର ଏକ ବଲକୁ ପୁଲ୍ କରିବା ବେଳେ ଆଉଟ୍ ହୋଇଥିଲେ ।

ଅଲରାଉଣ୍ଡର ରଦର ଫୋର୍ଡ ଟିମ୍ ସାଉଦିଙ୍କ ୧୮ତମ ଓଭରରେ ପୁଲ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଲ୍ ବ୍ୟାଟରେ ସାମାନ୍ୟ ବାଜି ପଛକୁ ପଳାଇଥିଲେ । ସେଲଡନ୍ ଡାଇଭ୍ କରି ଶରୀରରୁ ବହୁ ଦୂରରେ ଯାଉତିବା ବଲକୁ ଧରିଥିଲେ । ଏହି କ୍ୟାଚ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେଉଛି ।

ସେଲଡନ୍ ଓ୍ୱିକେଟ୍ ପଛରେ ଭଲ ପ୍ରଦର୍ଶନ କରୁଥିଲେ ବି ବ୍ୟାଟିଂରେ ସେତେଟା ଖାସ୍ କରିପାରି ନାହାଁନ୍ତି । କେଲାକାତା ଫ୍ୟାନ୍ସ ଏବେ ସେଲଡନଙ୍କଠୁ ବଡ ସ୍କୋର ଆଶାରେ ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ