ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦନ୍ତେୱାଡ଼ା ବିସ୍ପୋରଣ ଘଟଣା: ୭ ଜଣଙ୍କୁ ବାନ୍ଧିଲା ଛତିଶଗଡ ପୁଲିସ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ଦନେୱାଡାର ଅରନପୁର ଠାରେ ହୋଇଥିବା ମାଓ ଆକ୍ରମଣ କରିଥିବା ମାମଲାରେ ପୁଲିସ ୭ ଜଣକୁ ଗିରଫ କରିଛି। ୭ ଜଣଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ବେଳେ ସେମାନଙ୍କୁ ବାଳ ସୁଧାରଗୃହକୁ ପଠାଇ ଦିଆଯାଇଛି। ୪ ଜଣ ମାଓବାଦୀ ହେଲେ ପେଡକା ଗ୍ରାମର ବୁଧରା ମାଡବୀ, ହିଡମା ମଡକାମ, ହିଡମା ମାଡବୀ ଓ ତନେଲୀ ଗ୍ରାମର ଜିତେନ୍ଦ୍ର ମୁଚାକୀ। ଏହି ୪ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତ ମାସ ୨୬ ତାରିଖରେ ଅରନପୁର ଠାରେ ଆଇଇଡି ବିସ୍ପୋରଣରେ ୧୦ ଜଣ ଯବାନ ସହିଦ ହେବା ସହ ଜଣେ ଡ୍ରାଇଭର ମୃତ୍ୟୁବରଣ କରିଥିଲେ। ଏନେଇ ଅରନପୁର ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିଲା। ଏଥିସହ ମାଓ ଆକ୍ରମଣରେ ପରେ ସ‌ର୍ଚ୍ଚ ଅପରେସନ ଜୋରଦାର କରାଯାଉଥିଲା। ଏହାପରେ ଅରନପୁର ପୁଲିସ ତିନି ଦିନ ଭିତରେ ୭ ଜଣ ମାଓବାଦୀକୁ ଧରିବାରେ ସକ୍ଷମ ହୋଇଥିଲେ। ଏହି ଅଭିଯୁକ୍ତ ମାଓବାଦୀମାନ‌େ ଦରଭା ଡିଭିଜନର ମଲାଙ୍ଗିର ଏରିଆ କମିଟିରେ ମିଲେସିଆ ସଦସ୍ୟ ଭାବେ ସକ୍ରିୟ ରହିଥିଲେ। ଧରପଡିଥିବା ଅଭିଯୁକ୍ତକୁ ପଚରାଉଚୁରା କରାଯାଇଥିବା ବେଳେ ସେମାନଙ୍କ ମିଳିଥିବା ତଥ୍ୟ ଅନୁଯାୟୀ ତଦନ୍ତ ଚାଲିଥିବା ବେଳେ ଆଗାମୀ ଦିନରେ ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଦନ୍ତେୱାଡା ଏସ୍‌ପି ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ