ରାଉରକେଲା ୧୫।୦୯¨: ବାଙ୍କି ରେଞ୍ଜ ଜଙ୍ଗଲରେ ଦନ୍ତା ହାତୀକୁ ହତ୍ୟା ଘଟଣା । ୬ ଜଣଙ୍କୁ ଗିରଫ କଲା ରାଉରକେଲା ବନ ବିଭାଗ। ସେମାନଙ୍କ ନିକଟରୁ ୩ଟି ତେଣ୍ଟା ସହ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି।
ଖବର ଅନୁଯାୟୀ, ଗତ ୧୦ ତାରିଖରେ ହାତୀର ମୃତଦେହ ଜଙ୍ଗଲରୁ ଠାବ ହୋଇଥିଲା । ଘଟଣାରେ ତଦନ୍ତ କରି ବନବିଭାଗ ଏବେ ୬ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ହୋଇଥିବା ୩ଟି ତେଣ୍ଟା ଏବଂ ୨ଟି ହାତୀ ଦାନ୍ତ ଜବତ କରାଯାଇଛି । ହାତୀର ମୂଲ୍ୟବାନ ଦାନ୍ତ ପାଇଁ ଶିକାର କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।