ଅପରାଧ ରାଜ୍ୟ

ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ : ଖାଇସାରି ପାଣି ପିଇଲାନି ଛାତ୍ର, ତତଲା ଟାଇଲ୍‌ରେ ଆଣ୍ଠେଇ ଚଲାଇଲେ ପିଅନ

ବାରିପଦା ୧୪।୦୬ : ବିଦ୍ୟାଳୟରେ ଶିଶୁକୁ ଅମାନବୀୟ ଦଣ୍ଡ । ଶିକ୍ଷକ ବଦଳରେ ରୋଷେୟା ଦେଲେ ଦଣ୍ଡ । ଖାଇସାରି ପାଣି ପିଇଲାନି ବୋଲି ୬ବର୍ଷର ବାଳକକୁ ତତଲା ଟାଇଲରେ ଆଣ୍ଠେଇ ଚଲାଇଲେ ହଷ୍ଟେଲ ପିଅନ। କେବଳ ଏତିକି ନୁହେଁ ପିଠିରେ ବସିଛି ବାଡିର ଚିହ୍ନ। ୮ ଦିନ ପରେ ବି ଲିଭିନି ମାଡ଼ର ଦାଗ । ଏବେ ଆଣ୍ଠୁରୁ ବାହାରୁଛି ପୂଜ। ନା ଚାଲି ପାରୁଛି ନା ବୁଲି ପାରୁଛି ନିଷ୍ପାପ ଶିଶୁଟି। ବାରିପଦା ସାରସକଣା ବ୍ଲକ ଭୁରୁଷାଣି ପଞ୍ଚାୟତ ପୁରୁଣାପାଣି ସ୍କୁଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଦିଗମଣି ହେମ୍ବ୍ରମଙ୍କ ୬ବର୍ଷର ଶିଶୁପୁତ୍ର ସମୀର ହେମ୍ବ୍ରମକୁ ବାପଘର ଗାଁ ଭୁରୁଷାଣୀ ପଞ୍ଚାୟତର ପୁରୁଣାପାଣି ସ୍କୁଲ ହଷ୍ଟେଲରେ ରଖି ପାଠ ପଢ଼ାଉଥିଲେ । ତେବେ ଗତ ୫ ତାରିଖ ଠାରୁ ସ୍କୁଲ ଛୁଟି ଘୋଷଣା ହେବା ପରେ ସମୀରର ଅଜା ଅର୍ଜୁନ ସରେନ ସମୀରକୁ ହଷ୍ଟେଲରୁ ଘରକୁ ନେଇ ଯାଇଥିଲେ । ସମୀରଙ୍କୁ ଗାଧୋଇଦେବା ସମୟରେ ଅଜାଘର ଲୋକେ ସମୀର ପିଠିରେ ମାଡ଼ର ଚିହ୍ନ ଓ ଆଣ୍ଠୁରେ ଘା ହୋଇ ପୂଜ ବାହାରୁଥିବା ଦେଖି ପଚାରିବାରୁ , ଶିଶୁପୁତ୍ର ସମୀର କହିଥିଲେ ମୁଁ ଭାତ ଖାଇସାରି ପାଣି ପିଇଲିନି ବୋଲି ହଷ୍ଟେଲରେ ରହୁଥିବା ପିଅନ ସୁକୁଲାଲ ଟୁଡୁ ମୋତେ ବହୁତ ସମୟ ଧରି ଖରାରେ ଆଣ୍ଠେଇ ଦେଇଥିଲେ ଓ ମାଡ଼ ମାରିଛନ୍ତି।

ତେବେ ଅଜା ତୁରନ୍ତ ନାତିକୁ ଧରି ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ମା ପହଞ୍ଚି ଦେଖିବା ବେଳକୁ ପୁଅ ଚାଲିବା ଅବସ୍ଥାରେ ନଥିଲା। ଦୁଇଆଣ୍ଠୁ ଖଣ୍ଡିଆ ଖବରା ହୋଇ ଗଭୀର କ୍ଷତ ହୋଇସେଥିରୁ ପୂଜ ବାହାରୁଥିଲା।

ସେହିପରି ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହେବା ସହ ପୁଅର ଏ ଅବସ୍ଥା ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର। ସେପଟେ ଘଟଣା ବାବଦରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ଗ୍ରୀଲରୁ ପଡି ଏପରି ହୋଇଛି ବୋଲି ସଫେଇ ଦେଇଛନ୍ତି।

ଘଟଣା ବାବଦରେ ସେ ଜାଣିଛନ୍ତି ଏବଂ ଚିକିତ୍ସା ସମୟରେ ସେ ଡାକ୍ତରଖାନା ଥିଲେ । ଏପିରିକି ଦଣ୍ଡ ଦେଇଥିବା ପିଅନ ବାବଦରେ ବ୍ଳକ ଅଧିକାରୀଙ୍କୁ ଜଣାଇଛନ୍ତି । ଘଟଣାର ୮ ଦିନ ପରେ ପରିବାର ଲୋକ ଝାରପୋଖରିଆ ଥାନାରେ ଅଭିଯୋଗ କରିଛନ୍ତି । ସ୍କୁଲର ପିଅନ ଓ ସ୍କୁଲ ସୁପାରିଟେଣ୍ଡେଣ୍ଟଙ୍କୁ ଗିରଫ କରାଯାଉଛି କୋର୍ଟ ଚାଲାଣ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।