ଅପରାଧ ରାଜ୍ୟ

ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ବିଧାନ, ଶିକ୍ଷୟିତ୍ରୀଙ୍କ ମାଡରେ ଆହତ ହେଲେ ୪ର୍ଥ ଶ୍ରେଣୀ ଛାତ୍ରୀ

ତେଲକୋଇ ୧୯/୧୦: ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ବିଧାନ । ଶିକ୍ଷୟତ୍ରୀଙ୍କ ମାଡରେ ୪ର୍ଥ ଶ୍ରେଣୀର ଛାତ୍ରୀ ଲହୁଲୁହାଣ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତ ସମାକୋଦ ଗାଁ ପ୍ରାଥମିକ ବିଦ୍ୟାଳୟରେ । ସବୁଦିନ ଭଳି ରଞ୍ଜନ ବେହେରାଙ୍କ ୯ ବର୍ଷର ଝିଅ ରାଧାରାଣୀ ବେହେରା ସ୍କୁଲକୁ ପାଠ ପଢିବା ପାଇଁ ଯାଇଥିଲେ ।

ଶିକ୍ଷୟିତ୍ରୀ ଶୁଭସ୍ମିତା ରାଉତ ନୂଆ ବିଷୟରେ ପାଠ ପଢାଇଥିଲେ । ତାକୁ ରାଧାରାଣୀ ବୁଝି ନପାରି ଆଉଥରେ ଶିକ୍ଷୟିତ୍ରୀଙ୍କୁ ପଚାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷୟତ୍ରୀ ଜଣଙ୍କ ରାଧାରାଣୀଙ୍କୁ ପାଞ୍ଚଣ ବାଡିରେ ବାରମ୍ବାର ବାଡେଇ ଚାଲିଥିଲେ । ଫଳରେ ୪ର୍ଥ ଶ୍ରେଣୀର ଛାତ୍ରୀ ଜଣଙ୍କ ଲହୁଲୁହାଣ ହୋଇଥିଲେ। ଛାତ୍ରୀ ଜଣଙ୍କ ବିକଳ ହୋଇ କାନ୍ଦି ବାକୁ ଲାଗିଥିଲେ । ହେଲେ ଶିକ୍ଷୟିତ୍ରୀଙ୍କ ରାଗ ସେତିକିରେ ସରିନଥିଲା ସେ ରାଧାରାଣୀଙ୍କୁ ସେ ସ୍କୁଲରୁ ବାହାର କରିଦେଇ ତୁମ ଘରେ ଯା କାନ୍ଦିବୁ ବୋଲି କହିଥିଲେ । ଛାତ୍ରୀ ଜଣଙ୍କ ଘରକୁ କାନ୍ଦି କାନ୍ଦି ଆସି ପହଞ୍ଚି ଘରେ ସବୁକଥା କହିଥିଲେ ।

ଗତକାଲି ସଂଧ୍ୟା ହୋଇଯିବା ଫଳରେ ରାଧାରାଣୀଙ୍କୁ ବାପା ରଞ୍ଜନ ମେଡିକାଲ ନେଇ ପାରିନଥିଲେ । ଆଜି ସକାଳୁ ରଞ୍ଜନ ରାଧାରାଣୀଙ୍କୁ ନେଇ ମେଡିକାଲ ଯିବା ସହ କାଳିଆହତା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏନେଇ ଆମେ ସିଆରସିସି କମଳ ଲୋଚନ ନାୟକଙ୍କ ସହ ଯୋଗାଯୋଗ କରିଥିଲୁ । ଘଟଣାଟି ସତ ବୋଲି ସେ କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।