ରାଜ୍ୟ ସ୍ପେଶାଲ ରିପୋର୍ଟ

ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର; ଜୟପୁରରୁ ଭୁବନେଶ୍ବରକୁ ଉଡ଼ିବ ଆଉ ଏକ ବିମାନ

ଭୁବନେଶ୍ବର: ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ପୁଣି ଥରେ ଖୁସି ଖବର ଆସିଛି। ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଆଉ ଏକ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି। ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ନେଇ ଏୟାର ଅନ୍ ଇଣ୍ଡିଆ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଟ୍ବିଟ୍ କରି ସୁଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଦୁତୀୟ ବିମାନ ଉଡ଼ାଣ ପାଇଁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଆସୁଥିଲେ।

ଜୟପୁର ବିମନବନ୍ଦରକୁ ଗତ ଅକ୍ଟୋବର ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଉଦଘାଟନର ଏକ ସପ୍ତାହ ପରେ ଭୁବନେଶ୍ବରରୁ ଜୟପୁର ଦେଇ ବିଶାଖାପାଟନ ବିମାନ ଚଳାଚଳ କରିଥିଲା। ଏହି ବିମାନ ଏବେ ରବିବାର ବ୍ୟତୀତ ପ୍ରତିଦିନ ଚାଲିଛି। ଭୁବନେଶ୍ବରରୁ ପୂର୍ବାହ୍‌ ୧୧ଟା ୩୫ରୁ ବାହରି ଜୟପୁରରେ ଦିନ ୧୨ଟା ୪୦ରେ ପହଂଚୁଛି। ଏହା ପରେ ୧୫ ମିନିଟ ରହଣି ପରେ ପୁଣି ବିମାନଟି ବିଶାଖାପାଟନମ ଅଭିମୁଖେ ବାହାରୁଛି। ସେଠାରୁ ପୁଣି ଜୟପୁର ବିମାନବନ୍ଦରକୁ ପେରୁଛି। ଅପରାହ୍‌ଣ ୩ଟା ୪୦ରେ ପୁଣି ଜୟପୁରରୁ ଭୁବନେଶ୍ବର ଅଭିମୁଖେ ବାହାରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।