ଦେଶ ବିଦେଶ ରାଜନୀତି

ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ରୁଷ୍‌ ତୁଳନାରେ: ଭାରତର ରାଜ୍ୟସଭା ସଦସ୍ୟଙ୍କ ବୟସ ଅଧିକ

ନୂଆଦିଲ୍ଲୀ: ରାଜ୍ୟସଭାର ୧୦ଟି ସାଂସଦ ପଦ ପାଇଁ ନିର୍ବାଚନ ଚଳିତମାସ ୨୪ ତାରିଖରେ ହେବ। ଏହି ନିର୍ବାଚନରେ ‌ଦେଶର ଉଚ୍ଚ ସଦନକୁ କେତେ ବୟସ ବର୍ଗର ବ୍ୟକ୍ତି ପ୍ରବେଶ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଅର୍ଥନୀତି କ୍ଷେତ୍ରରେ ଭାରତ ଭଳି ଆଗକୁ ବଢ଼ୁଥିବା ଦେଶ ଯଥା ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ରୁଷ୍‌କୁ ଦେଖିଲେ ରାଜ୍ୟସଭାକୁ କମ୍‌ ବୟସର ବ୍ୟକ୍ତିଙ୍କ ପଠାଇବା କ୍ଷେତ୍ରରେ ଭାରତ ପଛରେ ପଡ଼ିଛି। ଉପରୋକ୍ତ ଦେଶଗୁଡ଼ିକର ଉଚ୍ଚ ସଦନ ତୁଳନାରେ ଆମ ଦେଶର ଉଚ୍ଚ ସଦନରେ କମ୍ ବୟସ ବର୍ଗର ଲୋକଙ୍କ ସଂଖ୍ୟା ଅପେକ୍ଷାକୃତ ଭାବେ କମ୍‌। ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ସଦନଗୁଡ଼ିକର ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୧୩ ପ୍ରତିଶତ ସଦସ୍ୟଙ୍କ ବୟସ ୪୫ ବର୍ଷରୁ କମ୍‌। କିନ୍ତୁ ଭାରତରେ କେବଳ ୭.୫ ପ୍ରତିଶତ ରାଜ୍ୟସଭା ସାଂସଦଙ୍କ ବୟସ ୪୫ ବର୍ଷରୁ କମ୍‌। ଦକ୍ଷିଣ ଆଫ୍ରିକାର ଉଚ୍ଚ ସଦନରେ ୨୨.୬ ପ୍ରତିଶତ ସାଂସଦ, ବ୍ରାଜିଲରେ ୧୪.୮ ପ୍ରତିଶତ ଏବଂ ରୁଷ୍‌ରେ ୧୩ ପ୍ରତିଶତ ସାଂସଦଙ୍କ ବୟସ ୪୫ ବର୍ଷରୁ କମ୍‌ ବୋଲି ଜଣାଯାଇଛି। ଆମେରିକା ଏବଂ ବ୍ରିଟ୍ରେନ କିନ୍ତୁ ଏ କ୍ଷେତ୍ରରେ ଭାରତ ଠାରୁ ତଳେ ଅଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ୬ ପ୍ରତିଶତ ଏବଂ ବ୍ରିଟେନରେ ୧.୯ ପ୍ରତିଶତ ସଦସ୍ୟଙ୍କ ବୟସ ୪୫ ବର୍ଷ ତଳେ ରହିଛି।

ଜାପାନର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶଙ୍କ ବୟସ ୬୫ ବର୍ଷରୁ ଅଧିକ। ସେଠାରେ ବୟସ୍କ ଲୋକଙ୍କ ସଂଖ୍ୟା ଏତେ ଅଧିକ ହୋଇଥିବା ସତ୍ତ୍ବେ ତାଙ୍କ ଉଚ୍ଚ ସଦନରେ ୧୦ ପ୍ରତିଶତ ସଦସ୍ୟଙ୍କ ବୟସ ୪୫ ବର୍ଷରୁ କମ୍‌। ଭାରତର କିନ୍ତୁ ମୋଟ ଜନସଂଖ୍ୟାର ମାତ୍ର ୭ ପ୍ରତିଶତ ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ।
କମ୍ ବୟସର ବ୍ୟକ୍ତିମାନେ ରାଜ୍ୟସଭା ସଦସ୍ୟ ହେବା କ୍ଷେତ୍ରରେ ଭାରତର ଅଗ୍ରଗତି ମଧ୍ୟ ସେତେଟା ଭଲନାହିଁ। ଅବଶ୍ୟ ୨୦୧୮ରୁ ଏ କ୍ଷେତ୍ରରେ କିଛିଟା ଅଗ୍ରଗତି ହୋଇଛି। ୨୦୨୨ରେ ରାଜ୍ୟସଭାରେ ପ୍ରାୟ ୫୭ ପ୍ରତିଶତ ସଦସ୍ୟଙ୍କ ବୟସ ୬୦ ବର୍ଷ କିମ୍ବା ତା’ଠାରୁ କମ୍ ଥିଲା। ଏହାବ୍ୟତୀତ ରାଜ୍ୟସଭାରେ ଧନୀ ସଦସ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୨ରେ ଜଣେ ରାଜ୍ୟସଭା ସାଂସଦଙ୍କ ହାରାହାରି ସଂପତ୍ତି ୫ କୋଟି ଟଙ୍କାରୁ ଅଧିକ ରହିଛି। ୨୦୧୩ରେ ରାଜ୍ୟସଭା ସାଂସଦଙ୍କ ହାରାହାରି ସଂପତ୍ତି ୨ କୋଟି ଟଙ୍କାକୁ କମ୍ ରହିଥିଲା। ଧନୀ ସାଂସଦମାନେ ଆହୁରି ଧନୀ ହୋଇଛନ୍ତି।

ରାଜ୍ୟସଭା ସଦସ୍ୟଙ୍କ ହାରାହାରି ସଂପତ୍ତି ୪ ଗୁଣା ବୃଦ୍ଧି ପାଇଛି। ୨୦୧୩ରେ ଏହା ୨୦ କୋଟି ଥିବାବେଳେ ୨୦୨୨ରେ ଏହା ପାଖାପାଖି ୮୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୮ ଏବଂ ୨୦୨୦ରେ ଏହା ଯଥାକ୍ରମେ ପ୍ରାୟ ୫୬ କୋଟି ଓ ୬୩ କୋଟି ରହିଥିଲା। ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସର ମୁଖ୍ୟ ଅବସରପ୍ରାପ୍ତ ମେଜର ଜେନେରାଲ ଅନିଲ ବର୍ମାଙ୍କ କହିବାନୁଯାୟୀ, ୨୦୧୮ରୁ ୨୦୨୨ ମଧ୍ୟରେ ଅର୍ଥାତ୍‌ ୪ ବର୍ଷର ବ୍ୟବଧାନରେ ରାଜସଭା ସାଂସଦମାନଙ୍କ ହାରାହାରି ସଂପତ୍ତିରେ ଯେଉଁ ବୃଦ୍ଧି ଘଟିଛି ତାହା ସ୍ବାଭାବିକ ନୁହେଁ। ଏହାଦ୍ବାରା ଗୋଟିଏ କଥା ବୁଝାଯାଉଛି ଯେ ରାଜନୈତିକ ଦଳଗୁଡ଼ିକ ଧନୀ ବ୍ୟକ୍ତିମାନଙ୍କୁ ହିଁ ଅଧିକ ସଂଖ୍ୟାରେ ପ୍ରାର୍ଥୀ କରୁଛନ୍ତି। ଅନ୍ୟପକ୍ଷରେ ଲିଙ୍ଗଗତ ପାର୍ଥକ୍ୟ ଦୃଷ୍ଟିରୁ ଦେଖିଳେ ମହିଳା ରାଜ୍ୟସଭା ସଦସ୍ୟଙ୍କ ସଂଖ୍ୟାରେ କିଛିଟା ଉନ୍ନତି‌ ହୋଇଛି। ୨୦୧୩ରେ ରାଜ୍ୟସଭାର ମୋଟ ସଦସ୍ୟଙ୍କ ମଧ୍ୟରେ ମହିଳାଙ୍କ ଭାଗ ୨୦୧୩ରେ ୮.୮ ପ୍ରତିଶତ ରହିଥିଲା। କିନ୍ତୁ ଏହା ୧୩.୭ ପ୍ରତିଶତକୁ ବୃଦ୍ଧି ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର