ରାଜ୍ୟ ସ୍ପେଶାଲ ରିପୋର୍ଟ

ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍‌: ୪୦ ପିଏସ୍‌ଓଙ୍କ କାନ୍ଧରେ ଜନପ୍ରତିନିଧିଙ୍କ ସୁରକ୍ଷା ଦାୟିତ୍ବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ଜଣେ ପୁଲିସ ଏଏସ୍‌ଆଇ ହତ୍ୟା କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାପରେ ଜନପ୍ରତିନିଧିଙ୍କ ସୁରକ୍ଷା ଓସେମାନଙ୍କୁ ଯୋଗାଇ ଦିଆ ଯାଉଥିବା ପିଏସ୍‌ଓଙ୍କ ଭୂମିକାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଜନପ୍ରତିନିଧିଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସ ବିଭାଗ ତରଫରୁ ପିଏସ୍‌ଓ (ପର୍ସନାଲ୍‌ ସିକ୍ୟୁରିଟି ଅଫିସର୍‌) ଯୋଗାଇ ଦିଆ ଯାଇଥାଏ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ସବୁବେଳେ ଜଣେ ପିଏସ୍‌ଓ ତାଙ୍କର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ। ତଥାପି ତାଙ୍କୁ ଭିଡ଼ ଭିତରେ ଜଣେ ପୁଲିସ ଏଏସ୍‌ଆଇ ଗୁଳି କରି ହତ୍ୟା କରା କଲେ। ଯାହାକୁ ନେଇ ପିଏସ୍‌ଓ ବ୍ୟବସ୍ଥା ପ୍ରତି କିଛି ଜନପ୍ରତିନିଧି ଓ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିଲେ। ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍‌ ଅଧୀନ ରହିଥିବା ୫ଟି ପୁଲିସ ଜିଲ୍ଲାରେ ଜନପ୍ରତିନିଧିଙ୍କ ସୁରକ୍ଷା ପାଇଁ ମଧ୍ୟ ଏଭଳି ପିଏସ୍‌ଓଙ୍କୁ ନିୟୋଜିତ କରାଯାଇଛି। ୪୦ ଜଣ ପିଏସ୍ଓ ଦକ୍ଷିଣାଞ୍ଚଳ ରେଞ୍ଜ୍‌ରେ ନିଯୁକ୍ତି ପାଇଛନ୍ତି। ନିଯୁକ୍ତି ପାଇଥିବା ସମସ୍ତ ପିଏସ୍‌ଓ ପ୍ରଶିକ୍ଷଣ ସ୍ବତନ୍ତ୍ର ନେଇଥିବା ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ପୁଲିସ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ କିମ୍ବା ହାବିଲଦାର ପାହ୍ୟା କର୍ମଚାରୀଙ୍କୁ ପିଏସ୍ଓ ଭାବେ ନିଯୁକ୍ତ କରା ଯାଇଥାଏ। ପିଏସ୍‌ଓ ନିଯୁକ୍ତି ପାଇଁ ସେମାନଙ୍କୁ ବିଭାଗ ତରଫରୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆ ଯାଇଥାଏ। ଏହା ସହିତ ବୟସ ସୀମାକୁ ମଧ୍ୟ ଦେଖା ଯାଇଥାଏ। ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ବିଧାୟକ, ସାଂସଦ, ମନ୍ତ୍ରୀଙ୍କୁ ସାଧାରଣତଃ ପିଏସ୍‌ଓ ଦିଆ ଯାଇଥାଏ। ଏହା ସହିତ ଜିଲ୍ଲାପାଳ, ଏସ୍‌.ପି.ଙ୍କ ନିକଟରେ ମଧ୍ୟ ଜଣେ ଲେଖାଏଁ ପିଏସ୍‌ଓ ରହିଛନ୍ତି। ଦକ୍ଷିଣାଞ୍ଚଳ ରେଞ୍ଜର ୫ଟି ପୁଲିସ ଜିଲ୍ଲାରେ ଥିବା ୨୦ ବିଧାୟକ ଓ ୩ଜଣ ସାଂସଦଙ୍କ ପାଖରେ ପିଏସ୍‌ଓ ନିଯୁକ୍ତ ରହିଛନ୍ତି। ଯେଉଁମାନେ ପିଏସ୍ଓ ଭାବେ ନିଯୁକ୍ତି ପାଇବେ ସେମାନେ କେବଳ ସମ୍ପୃକ୍ତ ଜନପ୍ରତିନିଧିଙ୍କ ସୁରକ୍ଷା ଦାୟିତ୍ବରେ ରହିବେ। ଯଦି ସେମାନେ ଛୁଟିରେ ଯିବେ ତାଙ୍କ ବଦଳରେ ଅନ୍ୟ ଜଣଙ୍କୁ ଦାୟିତ୍ବ ଦିଆ ଯାଇଥାଏ ବୋଲି ଆଇଜି ଶ୍ରୀ ଭୋଇ କହିଛନ୍ତି। ଜଣେ ଜନପ୍ରତିନିଧି ଯେ କୌଣସି ସମୟରେ ଆବଶ୍ୟକ ମନେ କଲେ ତାଙ୍କର ପିଏସ୍‌ଓଙ୍କୁ ନିଜର ସୁରକ୍ଷା ପାଇଁ ସାଙ୍ଗରେ ନେଇ ପାରିବେ।

ତାଲିକାରେ ୨୦ ବିଧାୟକ, ୩ ସାଂସଦ, ଏସ୍‌ପି, ଜିଲ୍ଲାପାଳ
ସ୍ବତନ୍ତ୍ର ପ୍ରଶିକ୍ଷଣ ସହ ପ୍ରତିବର୍ଷ ରେଞ୍ଜ୍‌କୋର୍ସ ତାଲିମ

ଅଧିକାଂଶ କ୍ଷେତ୍ରରେ ଜନପ୍ରତିନିଧି ନିଜ ଅଞ୍ଚଳର ପରିଚିତ ବ୍ୟକ୍ତି(ପୁଲିସ)ଙ୍କୁ ପିଏସ୍‌ଓ ଭାବେ ରଖିବାକୁ ପସନ୍ଦ କରିଥାନ୍ତି। ପିଏସ୍‌ଓ ଭାବେ ଦାୟିତ୍ବ ତୁଲାଇବାର ସର୍ବନିମ୍ନ କି ସର୍ବାଧିକ ସମୟ ସୀମା ନାହିଁ। ଯଦି କାହା ବିରୋଧ କିଛି ଅଭିଯୋଗ ଆସେ କିମ୍ବା ସମ୍ପୃକ୍ତ ପିଏସ୍‌ଓ ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରନ୍ତି, ତେବେ ତାଙ୍କୁ ହଟାଇ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦିଆ ଯାଇଥାଏ। ଦକ୍ଷିଣାଞ୍ଚଳ ରେଞ୍ଜରେ ଜପ୍ରନିଧିନିଧିଙ୍କୁ ବାଦ୍‌ ଦେଲେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ, ଏସ୍‌.ପି.ଙ୍କ ନିକଟରେ ଜଣେ ଲେଖାଏଁ ପିଏସ୍ଓ ରହିଛନ୍ତି। ସେହିପରି ଆଇଜି ଓ ଆର୍‌ଡିସିଙ୍କ ନିକଟରେ ମଧ୍ୟ ପିଏସ୍ଓ ରହିଛନ୍ତି। ଏହା ବ୍ୟତୀତ ଯେଉଁ ବ୍ୟକ୍ତି ନିଜକୁ ଅସୁରକ୍ଷିତ ମନେ କରୁଥିବେ କିମ୍ବା ତାଙ୍କର ଜବୀନ ପ୍ରତି ବିପଦ ଥିବା ନେଇ ଲିଖିତ ଭାବେ ଆଶଙ୍କା ପ୍ରକାଶ କରିଥା’ନ୍ତି, ତାହାର ତର୍ଜମା କରାଯାଇ ତାଙ୍କୁ ମଧ୍ୟ ପିଏସ୍ଓ ଯୋଗାଇ ଦିଆ ଯାଇଥାଏ। କିନ୍ତୁ ଏହା ପୂର୍ବରୁ କୋର୍ଟଙ୍କ ଅନୁମତି ଆବଶ୍ୟକ। ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍‌ରେ ବର୍ତ୍ତମାନ ସେଭଳି କୌଣସି ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଭାବେ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇ ନାହିଁ ବୋଲି ଆଇଜି ଶ୍ରୀ ଭୋଇ କହିଛନ୍ତି।

ପିଏସ୍‌ଓ ଭାବେ ନିଯୁକ୍ତି ପାଉଥିବା କନେଷ୍ଟବଳ କିମ୍ବା ହାବିଲଦାରଙ୍କୁ ପିସ୍ତଲ ଯୋଗାଇ ଦିଆ ଯାଇଥାଏ। ପିଏସ୍‌ଓଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ ବ୍ୟବସ୍ଥା ରହିଛି। ସେହିପରି ପ୍ରତିବର୍ଷ ପୁଲିସ ବିଭାଗ ତରଫରୁ ରେଞ୍ଜ କୋର୍ସ (ଅସ୍ତ୍ରଶସ୍ତ୍ର ଚାଳନା) ପ୍ରଶିକ୍ଷଣ ହୋଇଥାଏ। ପୁଲିସ ବିଭାଗରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଫିସର୍‌ ସମସ୍ତେ ଏହି କୋର୍ସରେ ଅଂଶଗ୍ରହଣ କରିଥାନ୍ତି। ଯାହାକି ସେମାନଙ୍କର ଅସ୍ତ୍ରଶସ୍ତ୍ର ଚାଳନା ଦକ୍ଷତାକୁ ବୃଦ୍ଧି କରିଥାଏ ବୋଲି ଆଇଜି ଶ୍ରୀ ଭୋଇ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।