ଅପରାଧ ରାଜ୍ୟ

ଥାନାକୁ ଡାକି ଗିରଫ କଲା ପୋଲିସ୍‌, ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ କଲେ ଅଗ୍ନିବିପନ୍ନ ପରିବାର

ଭଦ୍ରକ, ୧୩/୦୫: ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ପରେ ଆତ୍ମାହୁତି ଉଦ୍ୟମ କଲେ ଅଗ୍ନିବିପନ୍ନ । ସୂଚନା ଅନୁଯାୟୀ ଭଦ୍ରକ ଗବସାହି ଠାରେ ଗତ ଏପ୍ରିଲ ମାସ ୧୪ ତାରିଖରେ ସୁଦର୍ଶନ ଦାସ ଘର ପୋଡି ପାଉଁଶ ହୋଇଯାଇଥିଲା । ଏହି ଘର ପୋଡି ତାଙ୍କ ପଡୋଶୀ ପରିବାରର ଲୋକେ ଜାଣି ଶୁଣି ନିଆଁ ଲଗାଇଥିବା ନେଇ ଅଭିଯୋଗ କରିଥିଲେ । ଏପରିକି ଅପରପକ୍ଷେଙ୍କ ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା ।

ଟାଉନ ପୋଲିସ ପକ୍ଷରୁ ଅଗ୍ନିବିପନ୍ନ ସୁଦର୍ଶନ ଦାସଙ୍କ ପରିବାରକୁ ଥାନାକୁ ଡାକି ତାଙ୍କ ପୁଅକୁ ଗିରଫ କରିବାରୁ ପ୍ରଥମେ ଟାଉନ ଥାନା ଆଗରେ ପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା । ପରେ ପରିବାର ଲୋକମାନେ ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ପରେ ପରିବାର ଲୋକେ ଗିରଫଦାରୀକୁ ବିରୋଧ କରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ତେବେ ଭଦ୍ରକ ପୋଲିସ ପରିବାରର ୪ ଜଣଙ୍କୁ ଅଟକ ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।