ଦେଶ ବିଦେଶ

‘ଥାଙ୍କ୍‌ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ୁଛନ୍ତି ଏୟାରହୋଷ୍ଟେସ୍‌: କାନାଡ଼ା ପହଞ୍ଚିବା ପରେ ୯ ଜଣ ଗାଏବ ହେଲେଣି

ଇସଲାମାବାଦ: ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’କୁ ନେଇ କେତେକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତ ପ୍ରାୟ ବର୍ଷକ ମଧ୍ୟରେ ୯ ଜଣ ଏୟାରହୋଷ୍ଟେସ୍‌ ‘ଥାଙ୍କ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ିଥିବା ଜଣାପଡ଼ିଛି। ଏହି ବିମାନ ପରିଚାରିକାମାନେ କାନାଡ଼ାରେ ନିଯୁକ୍ତି ପାଇଥିବା ଏବଂ ସେଠାରେ ସ୍ଥାୟୀ ଭାବେ ରହିବାକୁ ନିବେଦନ କରିଥିବା କୁହାଯାଇଛି। ନିକଟରେ ପାକ୍‌ ଏୟାରଲାଇନ୍ସର ଏଭଳି ଜଣେ ଏୟାରହୋଷ୍ଟେସ ନିଖୋଜ ହେବାପରେ ଏହି ଘଟଣା ସଂପର୍କରେ ଅନେକ ତଥ୍ୟ ପଦାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ପରିଚାଳକ ଦଳ ସଦସ୍ୟା ସେହି ବିମାନରେ ଡ୍ୟୁଟିରେ ଥିଲେ, କିନ୍ତୁ କାନାଡାରେ ଅବତରଣ କରିବା ପରେ ତାଙ୍କର କୌଣସି ଖବର ମିଳିନଥିଲା।

ଗତକାଲି ପାକିସ୍ତାନର ଡନ୍ ଖବରକାଗଜ ରିପୋର୍ଟ କରିଛି ଯେ ଏୟାରହୋଷ୍ଟେସ୍ ମରିୟମ୍ ରଜା ଇସଲାମାବାଦରୁ ପିଆଇଏ ବିମାନରେ ଚଢ଼ିଥିଲେ। କିନ୍ତୁ ବିମାନଟି କରାଚୀ ଫେରିବା ପରେ ସେ ଡ୍ୟୁଟିକୁ ଫେରିନଥିଲେ। ଏହାପରେ କର୍ତ୍ତୃପକ୍ଷ ମରିୟମ୍‌ଙ୍କୁ ଖୋଜାଖୋଜି କରି ହୋଟେଲରେ ପହଞ୍ଚିବା ପରେ ସେଠାରେ ତାଙ୍କ ବ୍ୟାଗ୍ ମିଳିଥିଲା। ବ୍ୟାଗ୍ ଖୋଲିବା ପରେ ଏୟାର ହୋଷ୍ଟେସ ଡ୍ରେସ୍ ମିଳିବା ସହ ସେଥିରେ ଏକ ନୋଟ୍ ମଧ୍ୟ ଥିଲା। ଚିଠିରେ କେବଳ ଲେଖାଯାଇଛି, ‘ଥାଙ୍କ ୟୁ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’। ମରିୟମ୍ ରଜା ପାକିସ୍ତାନର ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସରେ ପ୍ରାୟ ୧୫ ବର୍ଷ ଧରି କାମ କରୁଥିଲେ। ସେ ଇସଲାମାବାଦରୁ ଟୋରଣ୍ଟୋ ଯାଉଥିବା ଏକ ବିମାନରେ ଡ୍ୟୁଟିରେ ଥିଲେ। ଏୟାର ହୋଷ୍ଟେସମାନେ ଜଣକ ପରେ ଜଣେ ଏଭଳି କାନାଡାରୁ ଗାଏବ ହେବା ପଛରେ ସେମାନଙ୍କ ଯୋଜନାବଦ୍ଧ ପ୍ରୟାସ ରହିଛି ବୋଲି ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ନବମ ଘଟଣା। ଏଭଳି ଘଟଣାରେ ପାକିସ୍ତାନ ଏୟାରଲାଇନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି। ଏ ନେଇ କାନାଡ଼ା ପ୍ରଶାସନ ସହ କଥାବାର୍ତ୍ତା ଜାରି ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ