ଅପରାଧ ରାଜ୍ୟ

ଥମୁନି ହାତୀ ଆତଙ୍କ, ଶୁଣ୍ଢରେ କଚାଡି ନେଇଗଲା ନିଧିଆଙ୍କ ଜୀବନ

ତେଲକୋଇ ୧୮।୦୫: କେନ୍ଦୁଝର ତେଲକୋଇରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ କୁଲାଡେରା ଗାଁର ନିଧିଆ ନାୟକ ଗୁରୁତର । ତାଙ୍କୁ ତେଲକୋଇ ମେଡିକାଲକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ, ମଙ୍ଗଳବାର ହଜିଯାଇଥିବା ବଳଦକୁ ଖୋଜିବା ପାଇଁ ବନବିହାରିପୁର ଗାଁ ଜୁଆଙ୍ଗ ସାହିକୁ ଯାଇଥିଲେ। ତେବେ ସଂଧ୍ୟା ହୋଇଯିବାରୁ ଘରକୁ ଫେରିପାରି ନଥିଲେ। ଜଣେ ପରିଚିତ ଲୋକଙ୍କ ଘରେ ରହିଯାଇଥିଲେ। ଆଜି ସକାଳୁ କାଜୁ ବଗିଚା ଦେଇ ଘରକୁ ଫେରୁଥିବା ବେଳେ ନିଧିଆ ନାୟକଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା ହାତୀ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ନିଧିଆଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ୧୦ ଦିନ ତଳେ ସେହି କାଜୁବଗିଚାରେ ଆଉ ଜଣେ ମହିଳା ଙ୍କୁ ଗୋଠଛଡା ଦନ୍ତା ଦଳିଦେଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।