ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ରାଜ୍ୟରେ ଏଚ ୩ ଏନ ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଲେଖିଲା ଜନସ୍ୱାସ୍ଥ୍ୟ ବିଭାଗ। ସର୍ଭିଲେନ୍ସ ବଢାଇବା ସହ ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ବି ଦିଆଯାଇଛି।.
ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନେବାକୁ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଇନଫ୍ଲୁଏଞ୍ଜାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ। ଜର, କାଶ କିଛି ଦିନ ରହିବ, ଆପେ ଭଲ ହୋଇପାରେ। ଗୁରୁତର ହୋଇ ନିମୋନିଆରେ ପୀଡ଼ିତ ହେଲେ କିଡନି, ହାର୍ଟ ଓ଼ ଶ୍ୱାସ ରୋଗୀ ସଂକ୍ରମିତ ହେବାର ଆଶଙ୍କା ରହିଛି। ଲକ୍ଷଣ ଥିଲେ ଆଇସୋଲେଟ କରନ୍ତୁ, ମାସ୍କ ପିନ୍ଧନ୍ତୁ ଓ ହାତ ଧୁଅନ୍ତୁ। ରୋଗ ଭଲ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଡାକ୍ତରଖାନାରେ ଆଡମିଟ ହୁଅନ୍ତୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l