ଲାଇଫ୍ ଷ୍ଟାଇଲ

ତ୍ୱଚା ପାଇଁ ଅତ୍ୟନ୍ତ ଗୁଣକାରୀ ହଳଦୀ : ଦୂର କରିଥାଏ ବ୍ରଣ, କଳାଦାଗ ଓ ସନ୍‌ବର୍ଣ୍ଣ

ଭୁବନେଶ୍ୱର ୦୩/୧୦ : ଦୈନନ୍ଦିନ ଜୀବନଚର୍ଯ୍ୟାରେ ବ୍ୟବହାର ହେଉଥିବା ହଳଦୀର ଅନେକ ଗୁଣ ରହିଛି। ଉଭୟ ସ୍ୱାସ୍ଥ୍ୟ ପାଇଁ ଓ ସୌନ୍ଦର୍ଯ୍ୟ ପାଇଁ ହଳଦୀ ଗୁଣକାରୀ। ପୁରାତନ କାଳରୁ ହଳଦୀକୁ ରୋଷେଇରେ ବ୍ୟବହାର କରିବା ସହ ଅନ୍ୟ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଇ। କିନ୍ତୁ ଯେତେବେଳେ ସୁନ୍ଦରତା କାଠ ଆସେ ହଳଦୀର ମହତ୍ତ୍ୱ ଆହୁରି ବଢିଯାଏ।

ମୁହଁ ଓ ତ୍ୱଚାର ଚମକ ପାଇଁ ବାହାଘର ସମୟରେ ବର-କନ୍ୟାଙ୍କୁ ହଳଦୀ ଲଗାଯାଇଥାଏ। ହଳଦୀର ଅନ୍ୟାନ୍ୟ ତ୍ୱଚା ସମ୍ବନ୍ଧୀୟ ଲାଭ ମଧ୍ୟ ରହିଛି। ହଳଦୀର ମହତ୍ତ୍ୱ ଏହାର ପ୍ରାକୃତିକ ଗୁଣ ଯୋଗୁଁ ବଢିଯାଏ। ହଳଦୀରେ ଥିବା କରକ୍ୟୁମିନ ସବୁଠାରେ ଆକ୍ଟିଭ ତତ୍ତ୍ୱ ବୋଲି କୁହାଯାଏ। ଏହା ହ୍ୟୁମାନ ସିଷ୍ଟମରେ ହେଉଥିବା ଉତ୍ତେଜନାକୁ ଚାପି ଦେଇଥାଏ। ଉତ୍ତେଜନା ପ୍ରତି ପ୍ରତିକ୍ରିୟା କମ କରିବାରେ ଏବଂ ଅକ୍ସିକରଣ କମ କରାଇବାରେ ହଳଦୀର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି।

ଉତ୍ତେଜନା ପ୍ରତି ପ୍ରତିକ୍ରିୟା ଓ ଅକ୍ସିକରଣ ହ୍ରାସ ପାଇଲେ ଶରୀରର କ୍ଷତ ଶୀଘ୍ର ଭଲ ହୋଇଥାଏ। ସେଥିପାଇଁ କ୍ଷତ ଜାଗାରେ ହଳଦୀ ଲଗାଯାଇଥାଏ। ଗବେଷଣାରୁ ଜଣାପଡିଛି ଯେ ହଳଦୀରେ ଅତି ବାଇଗଣୀ ରଶ୍ମିରୁ ତ୍ୱଚାକୁ ହେଉଥିବା କ୍ଷତିକୁ କମ କରିବାର କ୍ଷମତା ଅଛି। ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ରହିଛି। ସେଥିପାଇଁ ଖରାରେ ସିଝି ଯାଇଥିବା ଜାଗାରେ ହଳଦୀ ବ୍ୟବହାର କଲେ ଆଶ୍ବସ୍ତି ମିଳିଥାଏ।

ତ୍ୱଚାର ଜ୍ବଳନ ଓ ବ୍ରଣରୁ ଲଢ଼ିବାରେ ହଳଦୀ ବହୁତ ସହାୟକ ହୋଇଥାଏ। ଯେଉଁମାନଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ ସେମାନଙ୍କ ପାଇଁ ହଳଦୀ ବହୁତ ଲାଭଦାୟକ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ