ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ରାମବାଣ ଆଳୁ: ରହିଛି ଅନେକ ଲାଭ, ଏହି ଉପାୟରେ ବ୍ୟବହାର କରନ୍ତୁ

ଭୁବନେଶ୍ୱର ୧୬/୦୨ : ଆଜିକାଲି ଅଧିକାଂଶ ଲୋକ ରାତିରେ ବିଳମ୍ବରେ ଶୋଉଛନ୍ତି। ସୋସିଆଲ ମିଡ଼ିଆରେ ଅଧିକ ସମୟ ବିତାଉଛନ୍ତି ଲୋକେ। ବିଶେଷକରି ରାତି ସମୟରେ ଅଧିକ ମୋବାଇଲ ବ୍ୟବହାର କରିଥାନ୍ତି। ଯେଉଁଥିପାଇଁ ଆଖି ତଳେ କଳା ଦାଗ ହୋଇଯାଏ। ଏହା ବର୍ତ୍ତମାନ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଭାରତରେ ମହିଳାମାନଙ୍କ ମଧ୍ୟରେ ରକ୍ତଭାବ ବା ଏନିମିଆ ମଧ୍ୟ ଏକ ସାଧାରଣ ସମସ୍ୟା। ଅଧିକାଂଶ ଲୋକ ଓଜନ କମ କରିବାକୁ ଯାଇ ଆଳୁ ଖାଉନାହାନ୍ତି। କିନ୍ତୁ ଆଳୁର ଅନେକ ଫାଇଦା ମଧ୍ୟ ଅଛି।

ଯଦି ଆପଣଙ୍କ ଚୁଟି ପାଚି ଯାଉଛି ଆଉ ଆପଣ ରଙ୍ଗ କରୁଛନ୍ତି ତାହେଲେ ହେୟାର କଲର ପରିବର୍ତ୍ତେ ଆଳୁ ଚୋପା ବ୍ୟବହାର କରିପାରିବେ। ଗୋଟିଏ ଗିନା ଆଳୁ ଚୋପାକୁ ଅଧା ଲିଟର ପାଣିରେ ଫୁଟାଇ ଦିଅନ୍ତୁ। ପାଣି ଫୁଟି ଫୁଟି ୪-୫ ଚାମଚ ହୋଇଗଲେ ତାକୁ ଥଣ୍ଡା କରି କେଶ ମୂଳରେ ଲଗାନ୍ତୁ।

ଆଳୁ ଚୋପା ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ। ଆଳୁରେ ଭିଟାମିନ-ସି ଓ ପୋଟାସିୟମ ରହିଛି। ଏହି ଦୁଇଟି ଭିଟାମିନ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଆଳୁକୁ ସବୁବେଳେ ଚୋପା ସହ ବ୍ୟବହାର କରିବ ଉଚିତ।

ଆଳୁ ଚୋପାରେ ଭରପୁର ମାତ୍ରାରେ କ୍ୟାଲସିୟମ ଓ ଭିଟାମିନ-ବି କମ୍ପ୍ଲେକ୍ସ ରହିଛି। ଆଳୁ ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ ଓ ଶରୀରକୁ ଶକ୍ତି ମିଳିଥାଏ। ସେଥିପାଇଁ ଭୋଜନରେ ଆଳୁକୁ ନିଶ୍ଚୟ ସାମିଲ କରନ୍ତୁ।

ଓଜନ କମ କରିବାକୁ ଆଳୁ ନ ଖାଇବାକୁ ଅନେକ ଲୋକଙ୍କୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଯେକୌଣସି ଜିନିଷ ନିୟନ୍ତ୍ରିତ ମାତ୍ରାରେ ଖାଇବା ହାନିକାରକ ନୁହେଁ। ଠିକ ସେହିଭଳି ଆଳୁ ମଧ୍ୟ ନିୟନ୍ତ୍ରିତ ମାତ୍ରାରେ ଖାଇବା ହାନିକାରକ ନୁହେଁ। ସେଥିପାଇଁ ଭୋଜନରେ କିଛି ମାତ୍ରାରେ ଆଳୁ ନିଶ୍ଚୟ ସାମିଲ କରନ୍ତୁ। ଶରୀରକୁ କିଛି ମାତ୍ରାରେ ଫ୍ୟାଟ ଓ ଗ୍ଲୁକୋଜ ମଧ୍ୟ ଆବଶ୍ୟକ ହୋଇଥାଏ ଯାହା ଆଳୁ ପୁରା କରିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ