ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତ୍ରୁଟିପୂର୍ଣ୍ଣ ସେଲ୍‌ ପାଇଁ ବ୍ୟାଟେରିରେ ନିଆଁ ଲାଗୁଛି: ପରିବହନ ସଚିବ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ି ବ୍ୟାଟେରିରେ ନିଆଁ ଲାଗିବାର କାରଣ ଜାଣିବା ଲାଗି କରାଯାଉଥିବା ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟରୁ ଜଣାପଡ଼ିଛି ଯେ ତ୍ରୁଟିପୂର୍ଣ୍ଣ ସେଲ୍ ଓ ବ୍ୟାଟେରି ଡିଜାଇନ୍ ଠିକ୍ ନଥିବା କାରଣରୁ ସେଗୁଡ଼ିକରେ ନିଆଁ ଲାଗିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ସଚିବ ଗିରିଧର ଅରମାଣେ ଏହା କହିଛନ୍ତି। ଇଲେକ୍ଟ୍ରିକ୍ ଗାଡ଼ି (ଇଭି)ରେ ବ୍ୟବହାର କରାଯାଉଥିବା ବ୍ୟାଟେରିର ବିଭିନ୍ନ ଦିଗରେ ଉନ୍ନତୀକରଣର ଆବଶ୍ୟକତା ରହିଛି। ତାହାକୁ ଅତ୍ୟନ୍ତ ସୁରକ୍ଷିତ ଓ ପେସାଦାର ଢଙ୍ଗରେ ପ୍ରସ୍ତୁତ କରାଯିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ତ୍ରୁଟିପୂର୍ଣ୍ଣ ସେଲ୍‌ ଯୋଗୁଁ ଯଦି ନିଆଁ ଲାଗେ ଓ ତାହାର ମୁକବିଲା ଲାଗି ବ୍ୟାଟେରିର ଡିଜାଇନ୍ ଯଦି ଠିକ୍ ନଥିବ ତେବେ ବ୍ୟାଟେରି ଫାଟିଯିବ ଓ ନିଆଁ ଅନ୍ୟ ସ୍ଥାନକୁ ବ୍ୟାପିବ ବୋଲି ସେ କହିଛନ୍ତି।

ଗତ ମାର୍ଚ୍ଚ ଓ ଏପ୍ରିଲ୍‌ ମାସରେ ଓଲା ଇଲେକ୍ଟ୍ରିକ୍, ଓକିନାୱା, ବୁମ୍ ମୋଟର, ଜିତେନ୍ଦ୍ର ଇଲେକ୍ଟ୍ରିକ୍ ଭେଇକିଲ୍‌ ଓ ପ୍ୟୁର ଇଭି କଂପାନିର ଇଲେକ୍ଟ୍ରିକ୍ ଦୁଇଚକିଆ ଯାନରେ ନିଆଁ ଲାଗିଥିଲା। ତାହାର କାରଣ ଖୋଜିବା ଲାଗି ଡିଆରଡିଓ ବିଶେଷଜ୍ଞମାନଙ୍କୁ ନେଇ ସରକାର ଏକ ତଦନ୍ତ ଟିମ୍ ଗଠନ କରିଥିଲେ। ସେହି କମିଟି ରିପୋର୍ଟ ଦାଖଲ କରିଛି। ତଦନ୍ତକୁ ଆହୁରି ଦୃଢ଼ କରିବା ଲାଗି ସେଥିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ଆଇଆଇଟି ମାଡ୍ରାସ ଓ ଏସ୍‌ଆର୍‌ସିଆଇର ଅଧିକାରୀଙ୍କୁ ସାମିଲ କରାଯାଇଛି। କେନ୍ଦ୍ର ସଚିବ ଶ୍ରୀ ଅରମାଣେ ସ୍ପଷ୍ଟ କରିଛନ୍ତି ଯେ କଂପାନିଗୁଡ଼ିକର ଦୈନନ୍ଦିନ କାର୍ଯ୍ୟରେ ସରକାର ହସ୍ତକ୍ଷେପ କରିବାକୁ ଚାହୁନାହାନ୍ତି। ଦେଶରେ ୪୦ ପାଖାପାଖି କଂପାନି ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଛନ୍ତି‌ ଯେଉଁମାନଙ୍କ ମଧ୍ୟରେ ଓଲା ଓ ଏଥର୍‌ ଭଳି ବଡ଼ କଂପାନି ମଧ୍ୟ ରହିଛନ୍ତି। କିନ୍ତୁ କିଛି ଛୋଟ କଂପାନି ଅଛନ୍ତି ଯେଉଁମାନଙ୍କ ପାଖରେ ଆବଶ୍ୟକ ଭିତ୍ତିଭୂମି କିମ୍ବା ବ୍ୟବସ୍ଥା ନାହିଁ। ସେମାନେ ଆତ୍ମ ସମୀକ୍ଷା କରିବା ଦରକାର। ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସେମା‌ନେ ନିଜ ବ୍ୟବସ୍ଥାରେ ଉନ୍ନତି ଆଣିବା ଦରକାର ବୋଲି ସେ କହିଛନ୍ତି। ଇଲେକ୍ଟ୍ରିକ୍ ଗାଡ଼ିରେ ବାରମ୍ବାର ଅଗ୍ନିକାଣ୍ଡ ଘଟିବା ପରେ ନୂତନ ମଡେଲ୍‌ ନଆଣିବା ଲାଗି ସରକାର କଂପାନିଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ଯେଉଁ ବ୍ୟାଚ୍‌ର ଗାଡ଼ିରେ ନିଆଁ ଲାଗୁଛି ସେହି ବ୍ୟାଚ୍‌ର ସବୁ ଗାଡ଼ିକୁ ରିକଲ୍ କରିବାକୁ ମଧ୍ୟ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ