ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତ୍ରୁଟିପୂର୍ଣ୍ଣ ଡିଜାଇନ ପାଇଁ ଭାଗଲପୁର ପୋଲ ଭୁଶୁଡ଼ିଲା, ବର୍ଷକ ମଧ୍ୟରେ ବିହାରରେ ୭ ପୋଲ ଭାଙ୍ଗିଛି

ପାଟନା : ଭାଗଲପୁର ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ବିହାର ସରକାର କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏହି ଘଟଣାରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ନୀତୀଶ କୁମାର ପୋଲର ତ୍ରୁଟିପୂର୍ଣ୍ଣ ଡିଜାଇନ୍‌ କଥାକୁ ସ୍ବୀକାର କରିଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଗତ ‌ବର୍ଷକ ମଧ୍ୟରେ ବିହାରରେ ୭ଟି ପୋଲ ଭୁଶୁଡ଼ି ପଡ଼ିଛି। ମେ’ ୧୬ ତାରିଖରେ ବିହାରର ପୁର୍ନିଆ ଜିଲ୍ଲାରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଥିଲା। କଣ୍ଟ୍ରାକ୍ଟର ଏବଂ ଇଂଜିନିୟର ନିମ୍ନ ମାନର ସାମଗ୍ରୀ ବ୍ୟବହାର କରିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ମାର୍ଚ୍ଚ ୧୯ରେ ବିହାରର ସରନ ଜିଲ୍ଲାରେ ଏକ ବ୍ରିଟିସ ଅମଳର ପୁରୁଣା ପୋଲ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨ ଜଣ ଆହତ ହୋଇଥିଲେ। ଗତ ଫେବ୍ରୁଆରି ୧୯ ରେ ପାଟନା ଜିଲ୍ଲାରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଥିଲା। ବିହଟା-ସରମେରା ୪ ଥାକିଆ ରାସ୍ତାରେ ଏହି ଘଟଣା ଘଟିଥିଲା।

ସେହିପରି ଚଳିତ ବର୍ଷ ଜାନୁଆରି ୧୬‌ରେ ଦରଭଙ୍ଗା ଜିଲ୍ଲାରେ ଏକ ଲୁହା ପୋଲ ଭୁଶୁଡ଼ି ପଡ଼ିଥିଲା। ସବୋହର ଘାଟରେ ଏହି ଘଟଣା ଘଟିଥିଲା। ନଭେମ୍ବର ୧୮ ତାରିଖ ୨୦୨୨ରେ ନାଳନ୍ଦା ଜିଲ୍ଲାରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ନିର୍ମାଣରେ ଅତି ନିମ୍ନ ମାନର ସାମଗ୍ରୀ ବ୍ୟବହାର ହୋଇଥିବାରୁ ପୂର୍ବରୁ ମଧ୍ୟ ଏହି ପୋଲ ଭୁଶୁଡ଼ିଥିଲା। ଜୁନ୍‌ ୯, ୨୦୨୨ରେ ବିହାରର ସହର୍ସ ଜିଲ୍ଲାରେ ଏକ ପୋଲର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ସିମରି ବଖତିୟାରପୁର ବ୍ଲକ ଅଧୀନସ୍ଥ କଣ୍ଡୁମେର ଗ୍ରାମରେ ଏହି ଘଟଣା ଘଟିଥିଲା। ମେ’ ୨୦, ୨୦୨୨ରେ ବିହାର ରାଜଧାନୀ ପାଟନାରେ ୧୩୬ ବର୍ଷର ଏକ ପୁରୁଣା ପୋଲ ଭୁଶୁଡ଼ି ପଡ଼ିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ