ରାଜ୍ୟ ସ୍ପେଶାଲ ରିପୋର୍ଟ

ତେଲ ପ୍ୟାକେଟ୍‌ରେ ଧୋକା: ହାଇକୋର୍ଟ ଯିବ ଓଡ଼ିଶା ବ୍ୟବସାୟୀ ମହାସଂଘ, ୯୧୦ ଗ୍ରାମ୍‌ ବଦଳରେ ୮୫୦ରୁ କମ୍‌ ରହୁଛି

ଭୁବନେଶ୍ବର: ଖାଇବା ତେଲର ପାଉଚ୍‌ କିଣିବା ବେଳେ ଗ୍ରାହକମାନେ ଯେତିକି ଟଙ୍କା ଗଣୁଛନ୍ତି ତାଙ୍କୁ ସେତିକି ତେଲ ମିଳୁନାହିଁ। ଏକ ଲିଟର ପାଉଚ୍‌ର ଓଜନ ୯୧୦ ଗ୍ରାମ ରହିବା କଥା। ମାତ୍ର ରାଜ୍ୟରେ ବିକ୍ରି ହେଉଥିବା କେତେକ ଖାଇବା ତେଲ ପାଉଚ୍‌ର ଓଜନ ୮୫୦ ଗ୍ରାମରୁ ବି କମ୍ ରହୁଛି। ଏହାକୁ ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ଚିନ୍ତା ପ୍ରକଟ କରିବା ସହ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଛି। କମ୍ ଓଜନର ତେଲ ବିକ୍ରି କରୁଥିବା ବିଭିନ୍ନ କଂପାନି ବିରୋଧରେ ଭୁବନେଶ୍ବରର ଖାଉଟି ଅଦାଲତରେ ମାମଲା ରୁଜୁ କରାଯାଇଛି। ଆସନ୍ତା ୨-୩ ଦିନ ମଧ୍ୟରେ ଏନେଇ ହାଇକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ହାଇକୋର୍ଟରେ ରୁଜୁ କରାଯିବାକୁ ଥିବା ମାମଲାରେ ବିଭିନ୍ନ କଂପାନିକୁ ପକ୍ଷଭୁକ୍ତ କରାଯିବ। ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ ସର୍ବଭାରତୀୟ ସ୍ତରରେ ଖାଇବା ତେଲକୁ ନେଇ ଏକ ନିର୍ଦ୍ଦିଷ୍ଟ ମାନକ ଧାର୍ଯ୍ୟ କରିବା ଲାଗି‌ କୋର୍ଟଙ୍କୁ ନିବେଦନ କରାଯାଇଛି। ଯେଉଁ ଖାଇବା ତେଲ ପାଉଚ୍‌ଗୁଡ଼ିକର ଓଜନ ୮୫୦ ଗ୍ରାମରୁ କମ୍ ସେଗୁଡ଼ିକୁ ନରଖିବା ଲାଗି ଡିଲର ଓ ବିତରକମାନଙ୍କୁ ମହାସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ବିଶେଷ କରି ପାମୋଲିନ ତେଲର ଓଜନରେ ଅଧିକ ତାରତମ୍ୟ ରହୁଥିବା ଜଣାପଡ଼ିଛି। ପାଉଚ୍‌ରେ ୮୭୦ ଗ୍ରାମ ଲେଖା ହୋଇଥିବା ତେଲ କିଣିବା ଲାଗି ମହାସଂଘ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି। ଏହା ପଛର ଆଭିମୁଖ୍ୟ ସମ୍ପର୍କରେ କୁହାଯାଇଛି ଯେ ଯେହେତୁ ଏବେ ୯୧୦ ଗ୍ରାମ ଲେଖାଥିବା ପାଉଚ ବିଶେ‌ଷ ଉପଲବ୍ଧ ନାହିଁ, ତେଣୁ ସେଗୁଡ଼ିକର ବିକ୍ରି କିମ୍ବା କିଣାକିଣିକୁ ରୋକିବା ଲାଗି ଆହ୍ବାନ ଦେଲେ ବଜାରରେ ଖାଇବା ତେଲର ଅଭାବ ଦେଖାଦେବ। ଏହାଦ୍ବାରା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। କିନ୍ତୁ କଂପାନିଗୁଡ଼ିକ ଯେଭଳି ଗ୍ରାହକମାନଙ୍କୁ ସଠିକ ଓଜନର ଖାଇବା ତେଲ ଦେବା ଉପରେ ଧ୍ୟାନ ଦେବେ ତାହାକୁ ସୁନିଶ୍ଚିତ କରିବା ଲାଗି କୋର୍ଟଙ୍କ ସହାୟତା ଲୋଡ଼ାଯାଇଛି।

ସାରା ଦେଶରେ ବର୍ଷକୁ ୧ କୋଟି ୯୦ ଲକ୍ଷ ଟନ୍‌ରୁ ଅଧିକ ଖାଇବା ତେଲ ବିକ୍ରି ହେଉଥିବା ବେଳେ ସେଥିରୁ ୫.୬୦ ଲକ୍ଷ ଟନ୍ ତେଲ ଓଡ଼ିଶାରେ ବିକ୍ରି ହେଉଛି। ଓଡ଼ିଶା ହେଉଛି ଦୁଇ ପ୍ରକାର ତେଲ ବ୍ୟବହାର କରୁଥିବା ରାଜ୍ୟ। ଏହାର ଅର୍ଥ ହେଉଛି ଲୋକଙ୍କ ଘରେ ଦୁଇଟି ଭିନ୍ନ ଭିନ୍ନ ଖାଇବା ତେଲ ରହୁଛି। ଗୋଟିଏକୁ ସ୍ବାଦ ଏବଂ ଅନ୍ୟଟିକୁ ଛାଣିବା ଉଦ୍ଦେଶ୍ୟରେ ଲୋକମାନେ ବ୍ୟବହାର କରୁଛନ୍ତି। ସ୍ବାଦ ଲାଗି ସେମାନେ ସୋରିଷ ତେଲକୁ ବାଛିଥିବା ବେଳେ ଛାଣିବା ଏବଂ ଅନ୍ୟାନ୍ୟ ରୋଷେଇ ଲାଗି ପାମୋଲିନ କିମ୍ବା ସନଫ୍ଲାୱାର କିମ୍ବା ରାଇସ୍‌ ବ୍ରାନ୍ ତେଲକୁ ଚୟନ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।