ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତେଜୁଛି ଅଗ୍ନିପଥ ନିଆଁ : ଆଜି ଜନ୍ତରମନ୍ତରରେ କଂଗ୍ରେସର ଧାରଣା

ନୂଆଦିଲ୍ଲୀ ୧୯/୦୬: ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶର ଜଳୁଛି ପ୍ରତିବାଦର ନିଆଁ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଆନ୍ଦୋଳନ । ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଆଦି ପ୍ରାୟ ୧୪ଟି ରାଜ୍ୟରେ ହିଂସାତ୍ମକ ରୂପ ନେଇଛି ଆନ୍ଦୋଳନ । ବିଶେଷ କରି ବିହାରରେ ଏହାର ଉଗ୍ର ରୂପ ଦେଖିବାକୁ ମିଳିଛି । କଂଗ୍ରେସ ମଧ୍ୟ ସରକାରଙ୍କ ଏହି ଯୋଜନା ବିରୋଧରେ ରବିବାର ରାଜରାସ୍ତାକୁ ଓହ୍ୱାଇବ ବୋଲି କହିଛି ।

ଅଗ୍ନିପଥ ଯୋଜନାକୁ ବିରୋଧ କରି କେଉଁଠି ଟ୍ରେନ ଓ କେଉଁଠି ବସ୍ ରେ ନିଆଁ ଲଗାଇ ଦେଇଛନ୍ତି ପ୍ରତିବାଦକାରୀ । ରେଲୱେ ଷ୍ଟେସନରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଛାତ୍ର । ବିହାରର ୧୨ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରାଯାଇଥିବା ବେଳେ ବିଭିନ୍ନ ଛାତ୍ର ସଂଗଠନ ବିହାର ବନ୍ଦ ଡାକରା ଦେଇଛନ୍ତି । ଟ୍ରେନ୍ ଗୁଡ଼ିକୁ ପ୍ରଦର୍ଶନକାରୀ ଟାର୍ଗେଟ୍ କରୁଥିବାରୁ ବିହାରରେ ଦିନ ସମୟରେ ଟ୍ରେନ୍ ଚଳାଇବା ବନ୍ଦ କରାଯାଇଛି । କେବଳ ରାତି ୮ଟା ରୁ ଭୋର୍ ୪ଟା ପର୍ଯ୍ୟନ୍ତ ଚାଲିବ ଟ୍ରେନ୍ ।

ସେହିଭଳି ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ପଥର ମାଡ଼ ପରେ ବିହାରରେ ୧୨ ବିଜେପି ନେତାଙ୍କୁ Y କ୍ୟାଟାଗୋରି ସୁରକ୍ଷା ଦିଆଯାଇଛି । କେବଳ ବିହାରରେ ୭ ଶହ କୋଟି ଟଙ୍କାର ରେଲୱେ ସଂପତ୍ତି ପୋଡି ସ୍ବାହା ହୋଇଯାଇଛି । ହରିଆଣା, ରାଜସ୍ଥାନରେ ବି ପ୍ରଦର୍ଶନକାରୀ ବସ୍ ଓ ଅନ୍ୟ ଗାଡିମଟର ଭଙ୍ଗାରୁଜା କରିବା ସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ସମାନ ସ୍ଥିତି ଉତ୍ତରପ୍ରଦେଶରେ ବି ଦେଖିବାକୁ ମିଳିଛି । ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଜମ୍ମୁ ଏବଂ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି ଜୋରଦାର ଆନ୍ଦୋଳନ । ଅଗ୍ନିବୀର ଯୋଜନାକୁ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ ।

ବିଭିନ୍ନ ରାଜନୈତିକ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଆଜି ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି । ଦଳ ଦିଲ୍ଲୀସ୍ଥିତ ଜନ୍ତରମନ୍ତରରେ ଧାରଣା ଦେବ ବୋଲି ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ