ଖେଳ

ତୃଣମୂଳ ସ୍ତରରୁ ଚୟନ ହେବେ କ୍ରିକେଟ୍‌ ପ୍ରତିଭା, ୧୫ଜିଲ୍ଲାରେ ହେବ ନୂଆ କ୍ରିକେଟ ଏକାଡେମୀ

କଟକ ୨୦।୦୭: ତୃଣମୂଳ ସ୍ତରରୁ କ୍ରିକେଟ ପ୍ରତିଭା ଚୟନ କରିବା ଲକ୍ଷ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆରମ୍ଭ କରିଛି ଭିଜନ ୨୦୨୪। ସେହି କ୍ରମରେ ୧୫ଟି ଜିଲ୍ଲାରେ କ୍ରିକେଟ ଭିତ୍ତିଭୂମି ବିକାଶ ପାଇଁ ଆଜି ଶିଳାନ୍ୟାସ କରୁଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ୧୫ଟି ଜିଲ୍ଲାରେ ଟର୍ବ ପିଚ୍ ସହ କୋଚ , ଟ୍ରେନର ଏବଂ ଫିଜିଓ ଆଦି ସ୍ଥାୟୀ ଭାବେ ନିଯୁକ୍ତି ପାଇବେ । କ୍ରିକେଟ ଗ୍ରାଉଣ୍ଡର ବିକାଶ ସହ ଅନ୍ୟାନ୍ୟ ସମସ୍ତ ଦାୟିତ୍ବ ବହନ କରିବ ଓସିଏ ।

ଖବର ଅନୁଯାୟୀ, କ୍ରିକେଟ ଏବଂ କ୍ରିକେଟର ବିକାଶର କଥା ଆସିଲେ କଟକ ,ଭୁବନେଶ୍ୱର ଏବଂ ରାଜ୍ୟର କେତୋଟି ହାତ ଗଣତି ଜିଲ୍ଲାର କଥା ସାମ୍ନାକୁ ଆସେ । କିନ୍ତୁ କ୍ରିକେଟକୁ ଗ୍ରାମୀଣ ଇଲାକାରେ ପହଞ୍ଚାଇବା ସହ ତୃଣମୂଳ ସ୍ତରରୁ କ୍ରିକେଟ ପ୍ରତିଭା ଚୟନ କରିବା ଲାଗି ଆଜିଠାରୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଏକ ବିଶେଷ ପଦକ୍ଷେପ ନେଇଛି । ଆଜି ରାଜ୍ୟର 15 ଟି ଜିଲ୍ଲାରେ କ୍ରିକେଟ ଭିତ୍ତିଭୂମି ବିକାଶ ଲାଗି ଆଜି ଶିଳାନ୍ୟାସ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

୨୦୧୯ ମସିହାରେ ଓସିଏର ନବକଳେବର ହୋଇଥିଲା । ନୂତନ କର୍ମକର୍ତ୍ତା ଦାୟିତ୍ବ ନେବା ସହ ଓଡ଼ିଶା କ୍ରିକେଟକୁ ଏକ ନୂଆ ଦିଶା ଦେବା ଲାଗି ଆଶା ସଂଚାର ହୋଇଥିଲା। ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର କ୍ରିକେଟର ସୃଷ୍ଟି କରିବା ଲାଗି ଓ ସି ଏ ପଦକ୍ଷେପ ନେବା ଆରମ୍ଭ କରିଥିଲା । ସେହି କ୍ରମରେ ଜିଲ୍ଲା ସ୍ତରରେ କ୍ରିକେଟ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ଏସମସ୍ତ ଜିଲ୍ଲାରେ କ୍ରିକେଟ ଏକାଡେମୀ ସୃଷ୍ଟି କରାଯିବ । ଯେଉଁଠି ସିନ୍ତାଫିକ ମେଥଡରେ କ୍ରିକେଟର ସୃଷ୍ଟି କରାଯିବ। ଅବଶିଷ୍ଟ 30 ଜିଲ୍ଲାରେ ଖୁବଶୀଘ୍ର କ୍ରିକେଟ ଏକାଡେମୀ ତିଆରି କରାଯିବ ବୋଲି ଉଭୟ କ୍ରୀଡା ବିଭାଗ ଏବଂ ଓସିଏ ତରଫରୁ କୁହାଯାଇଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ