ଅପରାଧ ରାଜ୍ୟ

‘ତୁ ଭଲରେ ଥା ମୁଁ ଯାଉଛି, ଆଉ ହେବନି ଦେଖା’ ; ପ୍ରେମ ପାଇଁ ଗଲା ଅବିନାଶଙ୍କ ଜୀବନ

ଭୁବନେଶ୍ବର ୧୯।୦୫ : ଆଉ କିଛି ଦିନ ପରେ ମୁଁ ବାହାରକୁ ଚାଲିଯିବି । ଆଉ ତୋ ସହ ଦେଖାହେଇପାରିବନି । ମୋତ ଭୁଲିଯାଅ । ଘରେ ପାଖରେ ଥିବା ଜଣେ ଯୁବତୀଙ୍କୁ ଆଧାର କରି ଏପରି ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ବୋଲି କହିଛନ୍ତି ମୃତ ଅବିନାଶଙ୍କ ସଂପର୍କୀୟ ।

ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ଅର୍ଦ୍ଧଦଗ୍ଘ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ଏପରି କିଛି ଟ୍ୱିଷ୍ଟ । ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରାଯାଇଛି । ଯେଉଁଥିରେ ଏକ ହାତଲେଖା ସୁଇସାଇଡ୍ ନୋଟ୍ ମିଳିଛି । ଘର ଲୋକେ ଏହା ଅବିନାଶର ହାତଲେଖା ବୋଲି ଚିହ୍ନଟ କରିଛନ୍ତି । ଆଉ ଏହି ଚିଠିରେ ଏହିପରି ଭାବରେ କିଛି ଲେଖାଥିବା ସୂଚନା ମିଳିଛି । ତେବେ ସୁଇସାଇଡ୍‌ ନୋଟ୍‌ଟି ଅବିନାଶଙ୍କର ବୋଲି ପରିବାର ଲୋକ ସ୍ପଷ୍ଟ କରିଛନ୍ତି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରୁ ଜଣେ ଯୁବକଙ୍କ ଅଧାପୋଡ଼ା ମୃତଦେହ ଠାବ ହୋଇଥିଲା । ମୃତ ଯୁବକ ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ପ୍ରଧାନ ଏବଂ ତାଙ୍କ ବୟସ ପାଖାପାଖି ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଅବିନାଶ ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରୁଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।