ମନୋରଞ୍ଜନ

ତୁମେ ରୂପବତୀ, ବିତ୍ତବତୀ ଓ ବୁଦ୍ଧିମତୀ ହୁଅ

ସଲମାନ୍ ଖାନ୍ ତାଙ୍କ ପୁରୁଣା ପ୍ରେମିକା ତଥା ପରଦାର ନାୟିକା କ୍ୟାଟ୍ରିନା କୈଫ୍‌ଙ୍କର ଏକ ସୁନ୍ଦର ଫଟୋ ଗତ ୧୬ ତାରିଖରେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଫଟୋ ତଳେ କ୍ୟାଟ୍‌ଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ‘ତୁମେ ରୂପବତୀ, ବିତ୍ତବତୀ ଓ ବୁଦ୍ଧିମତୀ ହୁଅ। ଜୀବନରେ ପ୍ରଚୁର ପ୍ରେମ ପାଇ ସମ୍ମାନର ସହ ଜିଉଥାଅ’। ଦୀର୍ଘ ୪୪ ବର୍ଷ ପରେ ଯେମିତି ଅମିତାଭ ଓ ରେଖାଙ୍କ ପ୍ରେମ କାହାଣୀ ସତେଜ ରହିଛି, ସେମିତି ଅନେକ ବିବାଦ ଓ ପରସ୍ପର ଭିତରେ ପ୍ରେମ ବିଚ୍ଛେଦ ହେଇ ବି ସଲମାନ୍ ଓ କ୍ୟାଟ୍ରିନାଙ୍କ ପ୍ରେମ ସତେଜ ଥିବାଭଳି ଲାଗୁଛି।

ଲୋକ ଜାଣତରେ ସଲମାନ୍ ତାଙ୍କ ଜୀବନକାଳ ଭିତରେ ଆଠଜଣ ପ୍ରେମିକା ବଦଳେଇ ସାରିଲେଣି। ହେଲେ ପରଦାରେ ସଫଳ ହେବା ସହ ବ୍ୟକ୍ତିଗତ ଜୀବନରେ ସୁନ୍ଦରୀ କ୍ୟାଟ୍ରିନାଙ୍କ ଠାରୁ କହିବାକୁ ଗଲେ ସେ ଅଧିକ ସୁଖ ପାଇଛନ୍ତି। ‘ମୈନେ ପ୍ୟାର୍ କ୍ୟୁଁ କିୟା’ରେ ପରସ୍ପରକୁ ପାଖରୁ ଭେଟିଥିବା ସଲମାନ୍ ଓ କ୍ୟାଟ୍ରିନା ପରେ ପାର୍ଟନର, ୟୁବରାଜ, ଏକ୍ ଥା ଟାଇଗର, ଟାଇଗର ଜିନ୍ଦା ହୈ ଭଳି ସିନେମାର ପ୍ରେମୀଯୋଡ଼ି ସାଜିଥିଲେ। ସଲ୍ଲୁ-କ୍ୟାଟ୍‌ଙ୍କ ଅଭିନୀତ ଶେଷ ସିନେମା ହେଉଛି ‘ଭାରତ’। ତେବେ ବାସ୍ତବ ଜୀବନରେ ଥରକୁ ଥର ପ୍ରେମ ବିଚ୍ଛେଦ ହେଇଥିବା ସଲମାନ୍‌ ଯେ କ୍ୟାଟ୍ରିନାଙ୍କ ଏପର୍ଯ୍ୟନ୍ତ ହୃଦୟ ଭିତରେ ରଖିଛନ୍ତି ଜାଣି ପ୍ରଶଂସକ ଆଶ୍ଚର୍ଯ୍ୟ ହେଉଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ