ଖେଳ ଦେଶ ବିଦେଶ

ତିନୋଟି ମ୍ୟାଚ୍ ପରେ ଆଉ ମିଳିଲାନି ସୁଯୋଗ : ଏବେ ଜମ୍ମୁ-କାଶ୍ମୀର ପାଇଁ ଖେଳିବେ ଉମରାନ 26/07/2022 at 9:30 AM

ନୂଆଦିଲ୍ଲୀ ୨୬/୦୭: ଭାରତୀୟ ଦଳରେ ପାଦର୍ପଣ କରିବା ପରେ ଉମରାନ ମଲ୍ଲିକଙ୍କ ଯାତ୍ରା ସେତେଟା ଲମ୍ବା ରହିନାହିଁ । ତିନୋଟି ଟି୨୦ ମ୍ୟାଚ୍ ଖେଳିହାପରେ ତାଙ୍କୁ ଓ୍ୱେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍ ଦିଆଯାଇଥିଲା । ଏହା ପଛର କାରଣ ରହିଛି ତାଙ୍କର ପ୍ରଦର୍ଶନ । ସେ ଆଇପିଏଲର ପ୍ରଦର୍ଶନକୁ ଅନ୍ତର୍ଜାତୀୟ ଫର୍ମାଟରେ ଦୋହରାଇପାରିନଥିଲେ । ଏବେ ସେ ଏସିଆ କପ୍ ପାଇଁ ଦଳରେ ସ୍ଥାନ ପାଇବାକୁ ପ୍ରୟାସ କରୁଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇନଥିଲେ ଉମରାନ । ତେବେ ଆୟର୍ଲାଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗ ମିଳିଥିଲା । ତେବେ ତାଙ୍କର ପଦାର୍ପଣ ଏତେ ଖାସ ନଥିଲା । ପ୍ରଥମ ଓଭରରେ ହିଁ ସେ ୧୪ ରନ୍ ବ୍ୟୟ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଆଉ ବୋଲିଂ ଦେଇନଥିଲେ । ଦ୍ୱିତୀୟ ଟି୨୦ରେ ସେ ପ୍ରଥମ ଓ୍ୱିକେଟ୍ ହାସଲ କରିଥିଲେ ବି ୪ ଓଭରରେ ୪୨ ରନ୍ ବ୍ୟୟ କରିଥିଲେ ।

ଏହାପରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ ପୂର୍ବରୁ ଓ୍ୱାର୍ମଅଫ ମ୍ୟାଚରେ ସୁଯୋଗ ମିଳିଥିଲା । ସେ ୩୧ ରନରେ ୨ ଓ୍ୱିକେଟ୍ ହାସଲ କରିଥିଲେ । ଏହାସତ୍ତ୍ୱେ ତାଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ସୁଯୋଗ ମିଳିନଥିଲା । ତୃତୀୟ ଟି୨୦ରେ ତାଙ୍କୁ ସୁଯୋଗ ମିଳିଥିଲେ ବି ସେ ୪ ଓଭରରେ ୫୬ ରନ୍ ବ୍ୟୟ କରିଥିଲେ ।

ଇଣ୍ଡିଜ ଗସ୍ତରେ ମିଳିଲାନି ସୁଯୋଗ

ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ଇଣ୍ଡିଜ ଗସ୍ତରେ ସ୍ଥାନ ମିଳିନଥିଲା । ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ଅଧିନାୟକ ରୋହିତ ଶର୍ମା । ଭବିଷ୍ୟତ ଯୋଜନା କହିଥିଲେ ରୋହିତ । ଏବେ ସେ ଜମ୍ମୁ-କାଶ୍ମୀର ପାଇଁ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ସେ ଭଲ ପ୍ରଦର୍ଶନ କରି ପୁଣି ଦଳକୁ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ