ଖେଳ ଦେଶ ବିଦେଶ

‘ତିନୋଟି ଡଟ୍ ବଲ ପକାଇଲେ ବ୍ୟାଟର୍ ଆଉଟ୍’ : ଆକାଶ ଚୋପ୍ରାଙ୍କ ଟ୍ୱିଟରେ ମଜାଳିଆ ରିପ୍ଲାଏ ଦେଲେ ଚହଲ

ନୂଆଦିଲ୍ଲୀ, ୦୪/୦୪: ଭାରତୀୟ ଦଳର ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ସେ ରବିବାର ଆକାଶ ଚୋପ୍ରାଙ୍କ ଏକ ଟ୍ୱିଟର ମଜାଳିଆ ରିପ୍ଲାଏ ଦେଇଛନ୍ତି ।

ସୂଚନାନୁସାରେ, ରବିବାର ଆକାଶ ଚୋପ୍ରା ଏକ ଟ୍ୱିଟ୍ କରିଥିଲେ । ସେଥିରେ ସେ ୧୦୦ ମିଟରରୁ ଅଧିକ ଲମ୍ବର ଛକା ମାରିଲେ ୮ ରନ୍ ଦେବା ଦରକାର ବୋଲି କହିଥିଲେ । ଏହାର ରିପ୍ଲାଏ ଦେଇଥିଲେ ଚହଲ । ଚହଲ କହିଥିଲେ ଯେ, ଯଦି ସେନିତି ହୁଏ ତେବେ ତିନୋଟି ଡଟ୍ ବଲ ପକାଇଲେ ଗୋଟିଏ ଓ୍ୱିକେଟ୍ ମିଳିବା ଦରକାର । ସୂଚନାଯୋଗ୍ୟ, ନିକଟରେ ଚହଲ ସୋସିଆଲ ମିଡିଆରେ ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ସହ ଏକ ମଜାଳିଆ ଘଟଣାକ୍ରମରେ ସାମିଲ ହୋଇଥିଲେ ।

ତେବେ ଚହଲଙ୍କ ରିପ୍ଲାଏରେ ପୁଣି କମେଣ୍ଟ୍ ଦେଇଥିଲେ ଆକାଶ । ସେ କହିଥିଲେ ଯେ, ଯଦି ଜଣେ ବୋଲର ତିନୋଟି ଓ୍ୱିକେଟ୍ ନେଉଛି ତେବେ ତାକୁ ଆଉ ଏକ ଓଭର ପକାଇବାର ସୁଯୋଗ ମିଳିବା ଦରକାର । ଏପରି ଭାବେ ଉଭୟଙ୍କ କଥୋପକଥନ ନେଟିଜେନ୍ସଙ୍କୁ ପସନ୍ଦ ଆସିଥିଲା ।

ସୂଚନାଯୋଗ୍ୟ, ୩୧ ବର୍ଷୀୟ ଚହଲଙ୍କୁ ରାଜସ୍ଥାନ ରୟାଲ୍ସ ୨୦୨୨ରେ ୬କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲା । ନିଲାମୀ ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିଲେ । କିନ୍ତୁ ଏଥର ତାଙ୍କୁ ବେଙ୍ଗାଲୁରୁ କ୍ରୟ କରିବାକୁ ଆଗ୍ରହ ଦେଖାଇନଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ