ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ତିଗିରିଆ ପୋଲିସକୁ ବଡ଼ ସଫଳତା, ବିପୁଳ ପରିମାଣର ବେଆଇନ ବାଣ ଜବତ

ଆଠଗଡ଼୧୮/୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ସେଥିପାଇଁ ବେଆଇନ ବାଣ ଚାଲାଣ ରୋକିବାକୁ ପୋଲିସର ଜୋରଦାର ପ୍ରସ୍ତୁତି । କଟକ ତିଗିରିଆ ଥାନା ଅଧୀନ ନୂଆସଡ଼କ ଛକ ନିକଟରେ ଗୋଟିଏ ଟାଟା ଏସି ଓ ଗୋଟିଏ ଅଟୋରୁ ବେଆଇନ ବାଣ ଜବତ ହୋଇଛି। ଏହା ସହ ୨ ଡ୍ରାଇଭର୍‌ଙ୍କୁ ଗିରଫ କରିଛି ପୋଲିସ।

ପୋଲିସ ସତ୍ରରୁ ପ୍ରକାଶ ଯେ, ସୋମବାର ବିଳମ୍ୱିତ ରାତିରେ ତିଗିରିଆ ଥାନା ଅଧୀନ ନୂଆସଡ଼କ ଛକ ନିକଟରେ ବିଭିନ୍ନ ଗାଡ଼ିକୁ ଯାଞ୍ଚ କରୁଥିବା ସମୟରେ ବେଆଇନ ବାଣ ନେଇଯାଉଥିବା ଦୁଇଟି ଗାଡି ଜବତ ହୋଇଛି । ଓଡି ୦୨ଏଜେଡ ୫୯୮୨ ନମ୍ଵର ବିଶିଷ୍ଟ ଗୋଟିଏ ଟାଟା ଏସି ଓ ଓଡି୦୨ ସିବି ୬୪୬୬ ନମ୍ଵର ବିଶିଷ୍ଟ ଗୋଟିଏ ଅଟୋ ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭୁବନେଶ୍ଵର ସାଲିଆସାହିର ଜି.ଶିବା ରେଡ୍ଡୀ ଓ ଆଠଗଡ ବିଶ୍ଵନାଥପୁରର ବିବେକାନନ୍ଦ ବେହେରା। ତେବେ ଦୁଇଟି ଗାଡିରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଜବତ ହୋଇଥିବା ବାଣର ମୂଲ୍ୟ ୪୦ ରୁ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।