ଅପରାଧ ରାଜ୍ୟ

ତିଗିରିଆରେ ଟ୍ରକ୍ ଚଢାଇ ୨ ଜଣଙ୍କୁ ହତ୍ୟା ଘଟଣା : ଜବତ ହେଲା ବ୍ୟବହୃତ ଟ୍ରକ୍

ଆଠଗଡ ୧୧।୭: ଆଠଗଡ ତିଗିରିଆରେ ଟ୍ରକ୍ ଚଢାଇ ଦୁଇ ଜଣଙ୍କୁ ହତ୍ୟା କରିବା ଘଟଣାରେ ବ୍ୟବହୃତ ଟ୍ରକ୍ ଜବତ ହୋଇଛି । ଟ୍ରକ୍‌କୁ ତିଗିରିଆ ଥାନା ପୋଲିସ ଜବତ କରିଛି । ରେଜିଷ୍ଟ୍ରେସନ ନମ୍ବର ସତ୍ୟତା ଜାଣିବାକୁ ପୋଲିସ ଆରଟିଓଙ୍କ ସହାୟତା ଲୋଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାରମ୍ବାର ଗାଡ଼ି ଚଢାଇ ଦୁଇ ଜଣଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଭାପୁର ଅଞ୍ଚଳରୁ ନିଜର ଝିଅ ବାହାଘର ପାଇଁ ଜିନିଷ ପତ୍ର କିଣି ଘରକୁ ଫେରୁଥିବା ବେଳେ ହଠାତ ୫ରୁ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆତର୍କିତ ମରଣାତ୍ମକ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ପରେ ଅନ୍ୟ ଦୁଇ ଭାଇଙ୍କୁ ମାଡ ମାରି ତଳେ ପକାଇ ଅତି ନୃଶଂସ ଭାବେ ବାରମ୍ବାର ଟ୍ରକ୍ ଚଢାଇ ହାତ୍ୟା କରିଥଲେ ଦୁର୍ବୃତ୍ତ । ଅତି ଚତୁରତାର ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଯାହାର ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ମୃତକ ଦୁଇ ଜଣ ଭିରୁଡ଼ା ଗରପଡା ହରିଜନ ସାହିର ଦୁଇ ଭାଇ ଶରତ ଦେହୁରୀ ଏବଂ ଲକ୍ଷ୍ମଣ ଦେହୁରୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।