ରାଜ୍ୟ ରାଶିଫଳ ସ୍ପେଶାଲ ରିପୋର୍ଟ

ତା.୨୨.୦୨.୨୦୨୨ : ଜାଣନ୍ତୁ କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭ ଏବଂ କାହାକୁ ଦେବନି ଶୁଭଫଳ

ଭୁବନେଶ୍ବର ୨୨।୨: ମଙ୍ଗଳବାର ହେଉଛି ୨୨୦୨୨୦୨୨ । ଅର୍ଥାତ ୨୦୨୨ ମସିହା, ଫେବ୍ରୁଆରୀ ୨୨ ତାରିଖ । ଏହି ତାରିଖ ଜୀବନକାଳ ମଧ୍ୟରେ ଥରେ ଆସେ । ଏହି ତାରିଖରେ ସମୁଦାୟ ୬ଟା ଦୁଇ ରହିଛି । ୬ଟା ୨କୁ ପରସ୍ପର ସହିତ ଗୁଣିଲେ ୧୨ ହେଉଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଦିନକୁ ଅମୃତବେଳା କୁହାଯାଉଛି । ଜ୍ୟୋତିଷ ବିଶାରଦ ପ୍ରମୋଦ ପାତ୍ର କହିଥିଲେ, ଆଜି ଦିନର ସଂଖ୍ୟା ହେଉଛି ଶୁଭ ନମ୍ବର । ତା’ସହିତ ଏହି ତାରିଖ ଶୁଣିବାକୁ ଭଲ ଲାଗୁଛି ।

ସଂଖ୍ୟା ତତ୍ତ୍ବ ଓ ଧନକାରକ ହିସାବରେ ବହୁ ବ୍ୟକ୍ତିଙ୍କୁ ଏହା ଶୁଭଫଳ ଦେବ । ଦୁଇ ନମ୍ବର ମେଷ, ମିଥୁନ, ସିଂହ, ତୁଳା, ମକର, କୁମ୍ଭ, ମୀନ ରାଶି ଲାଗି ଆଜିର ଦିନଟି ଅତ୍ୟନ୍ତ ଶୁଭପ୍ରଦ । ଆର୍ଥିକ, ବୃତ୍ତିଗତ, ପାରିବାରିକ, ସ୍ବାସ୍ଥ୍ୟଗତ, ସାମାଜିକ, ଭୌତିକ, ମାଙ୍ଗଳିକ, ରାଜନୈତିକ ପ୍ରତି କ୍ଷେତ୍ରରେ ଏହି ରାଶିର ବ୍ୟକ୍ତିବିଶେଷ ଲାଗି ଆଶାନୁରୁପ ଶୁଭଫଳ ଭୋଗ କରିବେ । ହେଲେ ଦୁର୍ଭାଗ୍ୟବଶତଃ କନ୍ୟା, ବିଛା ଓ ଧନୁରାଶି ଲାଗି ଅର୍ଥ ଅନର୍ଥ, ଆଶା ଆଶଙ୍କାରେ ପରିଣତ ହେବ । ସମସ୍ତ ପ୍ରକାରର ଯୋଗ୍ୟତା, ସଫଳତା ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ହାତଛଡ଼ା ହେବ ଶୁଭଫଳ ।

ସେପଟେ ଏହି ସଂଖ୍ୟା ବିଜ୍ଞାନରେ ଏହାକୁ ‘ପରିସଂଖ୍ୟା’ ଭାବେ ବିବେଚନା କରାଯାଏ ବା ଏଭଳି ଏକ ସଂଖ୍ୟା ଯାହା ନିର୍ଦ୍ଦିଷ୍ଟ ଉର୍ଜ୍ଜା କିମ୍ବା ବିଶ୍ବସ୍ତରୀୟ ବାର୍ତ୍ତା ବହନ କରେ । ସେହି ଦୃଷ୍ଟିରୁ ଆଜିର ତାରିଖର ଅର୍ଥ ‘ସଂଯୋଗ ଓ ଏକତ୍ର ଆସିବା’ । ଏହାର ଅର୍ଥ କେବଳ ଗୋଟିଏ ପରେ ଗୋଟିଏ ସଂଖ୍ୟା ଯୋଡ଼ି ହୋଇ ଆସିବା ନୁହେଁ, ବରଂ ବିଶାଳ ସମୂହ ଓ ସମୁଦାୟର ସଂଯୋଗ । ଅଙ୍କଶାସ୍ତ୍ରୀ ଜାସ୍ମିନ ଓଲ୍‌ଫ କହନ୍ତି, ‘୨’ ହେଉଛି ଅନ୍ତଜ୍ଞା, ଅବଲୋକନ ଓ ସମ୍ପର୍କର ସଂଖ୍ୟା । ବ୍ରହ୍ମାଣ୍ଡ ଏହି ଆକର୍ଷଣକୁ ଦୁଇଗୁଣ କରୁଛି ବୋଲି ଆପଣ କହିପାରିବେ । କାରଣ ଗୋଟିଏ ତାରିଖରେ ୬ଟି ‘୨’ର ଉପସ୍ଥିତି ସହଯୋଗ ଓ ମିଳିତ କାର୍ଯ୍ୟ ନିମନ୍ତେ ଆମ ମାନବୀୟ ଆବଶ୍ୟକତାର ପ୍ରତିଫଳନ ବୋଲି ଅଙ୍କଶାସ୍ତ୍ରୀ ଜୋହାନା ଅଗଷ୍ଟା କହିଛନ୍ତି । ତାଙ୍କ କହିବା ଅନୁସାରେ, ନିଜ ପ୍ରିୟଜନଙ୍କ ସହିତ ଆମେ କିପରି ଯୋଗାଯୋଗ କରୁ, ଏହି ଦିବସ ତା’ର ପ୍ରତିଫଳନ । ହୃଦୟ ଖୋଲା ସମ୍ପର୍କ ବଜାୟ ରଖିବାକୁ ଏହି ଦିବସ ବାର୍ତ୍ତା ଦିଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।