ରାଜ୍ୟ

ତାଳବଣିଆ ଗୋଲେଇ ଛକ ସୌନ୍ଦର୍ଯ୍ୟୀକରଣ: ମାଟି ପକାଇ ପୋତିଥିଲେ, ପୁଣି କାଢ଼ିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ପୁରୀ ପୌରାଞ୍ଚଳ ଅଧୀନ ତାଳବଣିଆ ହେଲିପ୍ୟାଡ୍‌ ଗୋଲେଇ ଛକ ଥିବା ରୋଟାରି କାମକୁ ନେଇ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି। ଯେଉଁ ଜାଗାରେ ବର୍ଷେ ତଳେ ପୂର୍ତ୍ତ ବିଭାଗ ସୌନ୍ଦର୍ଯ୍ୟୀକରଣ ପାଇଁ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଖର୍ଚ୍ଚ କରିଥିଲା, ସେହି ଜାଗାରେ ପୁରୀ ପୌରପାଳିକା ପୁଣି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ଯେଉଁ ମାଟି କିଣା ହୋଇ ପୋତା ହୋଇଥିଲା, ସେହି ମାଟି ଖର୍ଚ୍ଚ କରି କଢ଼ାଯାଇଛି ଓ ଅଦରକାରୀ ବସ୍ତୁ ଭାବେ ଠିକାଦାରକୁ ଟେକି ଦିଆଯାଇଛି। ସେପଟେ ଚକ୍ରତୀର୍ଥ ରୋଡ୍‌ରୁ ଭୂଦାନ ଛକ ପର୍ଯ୍ୟନ୍ତ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ରାସ୍ତା ସଂପ୍ରସାରଣ କରାଯାଇଛି। ଏଣୁ ପୌରପାଳିକାର ଏହି ସୌନ୍ଦର୍ଯ୍ୟୀକରଣ କାମ ପୁଣିଥରେ ଭାଙ୍ଗିବା ଆଶଙ୍କା ଦେଖାଦେଇଛି।

ଶ୍ରୀକ୍ଷେତ୍ର କଲୋନିରୁ ତାଳବଣିଆ ପଡ଼ିଆ, ଆଇଟିଆଇ ଆଡ଼କୁ ସଂଯୋଗ କରୁଥିବା ରାସ୍ତା କାମ କରିଥିଲା ପୂର୍ତ୍ତ ବିଭାଗ। ହେଲିପ୍ୟାଡ୍‌ ସମ୍ମୁଖ ରାସ୍ତାକୁ ପିଚୁ କରାଯାଇଥିଲା। ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ତ୍ତ ବିଭାଗ। ଏହି କାମ ପୂର୍ବରୁ ତାଳବଣିଆର ଏହି ଚାରିଛକରେ ଏକ ଟ୍ରାଫିକ୍‌ ପୋଷ୍ଟ ରହିଥିଲା। ପରେ ଏହାକୁ ହଟାଇ ଏକ ରୋଟାରି(ଗୋଲେଇ ଛକ) ତିଆରି ହୋଇଥିଲା। ମାଡ଼ି ପକାଇ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ଏ ବାବଦରେ ସେ ସମୟରେ ପୂର୍ତ୍ତ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲା। ଏବେ ବି ଏହି ଗୋଲେଇ ଛକ ଅକ୍ଷତ ଓ ସୁନ୍ଦର ରହିଛି। କିନ୍ତୁ ବର୍ଷେ ପରେ ପୁଣିଥରେ ଏହି ରୋଟାରିକୁ ପୌରସଂସ୍ଥା ଖନନ କରିବା ଆରମ୍ଭ କରିଛି। ରୋଟାରି ଭିତରେ ଯେଉଁ ମାଟି ପଡ଼ିଥିଲା ତାକୁ କାଢ଼ି ଭିତର ପାର୍ଶ୍ବରେ ଇଟାରେ ଗୋଲାକାର ଆକୃତିର କିଛି ନିର୍ମାଣ କରାଯାଉଛି। ଏହି ଛକକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ବି ସଂପ୍ରସାରଣ କରାଯାଉଛି। ‌ଏ ସଂପର୍କରେ ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ପୌରସଂସ୍ଥା ପକ୍ଷରୁ ତାଳବଣିଆର ଏହି ରୋଟାରିକୁ ଆହୁରି ସୁନ୍ଦର କରାଯିବ। ଏହି ଜାଗାରେ ହରିହରାନନ୍ଦ ଆଶ୍ରମର ଏକ ମୂର୍ତ୍ତି ଲାଗିବ। ଏହା ଚାରିପଟେ ନାନାଦି ଫୁଲ ଗଛ ଲାଗିବ। ଏହି କାମ ପରେ ରୋଟାରିଟି ଆହୁରି ସୁନ୍ଦର ଦିଶିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।