ରାଜ୍ୟ

ତାଲିକାରେ ଅନୀଲ ବିଜ୍‌ଙ୍କ ନାମ ଥିଲା: ଗଣମାଧ୍ୟମରେ କହିଲେ ଖଟ୍ଟର

ଚଣ୍ଡିଗଡ଼: ବିଜେପି ନେତା ଅନୀଲ ବିଜ୍‌ ମଙ୍ଗଳବାର ଦିନ ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କ ଶପଥ ଗ୍ରହଣ ସମାରୋହକୁ ଛାଡି ଚାଲି ଯାଇଥିବା କଥା ସମସ୍ତେ ଜାଣନ୍ତି। ଶୁଣିବାକୁ ମିଳୁଥିଲା ଯେ ବରିଷ୍ଠ ନେତା ତଥା ହରିଆଣାର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ବିଜ୍‌ଙ୍କ ନାମ ନୂଆ ରାଜ୍ୟ କ୍ୟାବିନେଟ୍‌ ତାଲିକାରେ ସ୍ଥାନ ପାଇନଥିଲା। ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବା ପରେ ଅନିଲ ବିଜ୍ ବିଦ୍ରୋହୀ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କରାଯାଉଥିଲା।

ହେଲେ ବିଦାୟୀ ମୁଖ୍ୟମନ୍ତ୍ରୀ ଏମ ଏଲ ଖଟ୍ଟରଙ୍କ ଅନୁଯାୟୀ ସେ ମଧ୍ୟ କ୍ୟାବିନେଟରେ ସ୍ଥାନ ପାଇଥାନ୍ତେ। ଗଣମାଧ୍ୟମରେ ମତ ରଖି ଖଟ୍ଟର କହିଛନ୍ତି, ‘‘ମନ୍ତ୍ରୀମାନେ ଆଜି ଶପଥ ଗ୍ରହଣ କରିଥାନ୍ତେି। ତାଙ୍କ ନାମ ମଧ୍ୟ ତାଲିକାରେ ରହିଛି। କିନ୍ତୁ ସେ ଆସିଲେ ନାହିଁ। ”

ମଙ୍ଗଳବାର ଦିନ ଦଳର ନେତା ନୟାବ ସିଂହ ସାଇନି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର ଏବଂ ତାଙ୍କ କ୍ୟାବିନେଟ୍‌ର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ସାଇନି ଶପଥ ଗ୍ରହଣ କରିଛନ୍ତି।

ଅନ୍ୟ ବିଧାୟକମାନେ ତାଙ୍କ ସହ ଶପଥ ଗ୍ରହଣ କରିଥିବା ବେଳେ ଅନୀଲ ବିଜ୍‌ ଶପଥ ନେଇନାହାନ୍ତି। ମନୋହର ଲାଲ ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ ନୟାବ ସିଂହ ରାଜ୍ୟର ୧୨ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମଙ୍ଗଳବାର ସେ ୫ ଜଣ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।