ଦେଶ ବିଦେଶ ରାଜନୀତି

ତାମିଲନାଡ଼ୁରେ ଗିରଫ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ଟଣାଓଟରା

ଚେନ୍ନାଇ ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ତାମିଲନାଡ଼ୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ପାଖରେ ଥିବା ବିଭାଗକୁ ଅନ୍ୟମନ୍ତ୍ରୀଙ୍କୁ ଦେବାଲାଗି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାଜ୍ୟପାଳ ଆର୍‌ଏନ୍‌ ରବି ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି। ବିଭାଗ ଅନ୍ୟମାନଙ୍କୁ ପ୍ରଦାନ କରି ତାଙ୍କୁ ବିଭାଗ ବିହୀନ ମନ୍ତ୍ରୀ ଭାବେ ରଖିବା ପାଇଁ ଷ୍ଟାଲିନ୍ ପ୍ରସ୍ତାବ ଦେଇଥିଲେ। ବାଲାଜୀ ଗତ ବୁଧବାର ଗିରଫ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ବାଇପାସ୍ ସର୍ଜରୀ ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ଗୁରୁବାର ଷ୍ଟାଲିନ୍ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ସେ ବ‌ାଲାଜୀଙ୍କ ନିକଟରେ ଥିବା ଦୁଇଟି ବିଭାଗର ଦାୟିତ୍ବ ଥଙ୍ଗାମ ଥେନାରାସୁ ଏବଂ ଏସ୍‌ ମୁଥୁସ୍ବାମୀଙ୍କୁ ପ୍ରଦାନ କରିବା ଲାଗି ସୁପାରିସ କରିଥିଲେ। କିନ୍ତୁ ଏହି ପ୍ରସ୍ତାବକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡ଼ି କହିଛନ୍ତି।

ରାଜ୍ୟପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଚିଠିରେ ଭୁଲ ଏବଂ ଭ୍ରମିତ ତଥ୍ୟ ଦିଆଯାଇଛି। ଏହା ପରେ ସରକାର ଆଉ ଏକ ଚିଠି ଲେଖି କହିଛନ୍ତି, ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଅଧିକାର। ପୋନମୁଡ଼ି କହିଛନ୍ତି, ବିଭାଗ ବଣ୍ଟନ କିମ୍ବା ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କୁ ସାମିଲ କରିବା ଓ ବାଦ୍ ଦେବା ଅଧିକାର ସମ୍ବିଧାନ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରହିଛି, ରାଜ୍ୟପାଳଙ୍କ ପାଖରେ ନୁହେଁ। ବିଭାଗ ବଣ୍ଟନ ନେଇ ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ରାଜ୍ୟପାଳ ଗ୍ରହଣ କରିବା ଉଚିତ। କିନ୍ତୁ ରାଜ୍ୟପାଳ କେନ୍ଦ୍ର ବିଜେପି ସରକାରଙ୍କର ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି। ମନ୍ତ୍ରୀଙ୍କ ନାମରେ କେବଳ ମାମଲା ଥିବାରୁ ତାଙ୍କୁ ବିଦା କରାଯାଇ ପାରିବ ନାହିଁ। ଅମିତ ଶାହ ଗୁଜରାଟରେ ମନ୍ତ୍ରୀ ଥିବା‌ ସମୟରେ ତାଙ୍କ ନାମରେ ମାମଲା ରହିଥିଲା। ତାଙ୍କୁ ବିଦା କରାଯାଇଥିଲା କି? ସେହିଭଳି ମାମଲା ଥିବା ଏଆଇଏଡିଏମକେର ମନ୍ତ୍ରୀମାନେ ଇସ୍ତଫା‌ ଦେଇଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର