ରାଜ୍ୟ ସ୍ପେଶାଲ ରିପୋର୍ଟ

ତାଡ଼ିଦେଲେ ୩୦ ଫୁଟ୍‌ ଉଚ୍ଚ ବାଲିବନ୍ତ, ବଦଳୁଛି ମଙ୍ଗଳା ନଦୀର ଗତିପଥ

ପୁରୀ : ପ୍ରାକୃତିକ ପରିବେଶକୁ ଖିନଭିନ୍‌ କରାଯାଉଛି। କେଉଁଠି ଗଛକୁ କାଟି ପଦା କରାଗଲାଣି ତ’ କେଉଁଠି ହଜାର ହଜାର ବର୍ଷର ବାଲିବନ୍ତକୁ ତାଡ଼ି ଖାଲଖମା କରି ଦେଲେଣି। କିଛି ଦିନ ତଳେ ପୁରୀର ପ୍ରସ୍ତାବିତ ବିମାନବନ୍ଦରକୁ ଲାଗି ଥିବା ଶାମୁକା ପ୍ରକଳ୍ପ ଅଞ୍ଚଳରୁ ବାଲିବନ୍ତକୁ ତାଡ଼ିନେବା ଘଟଣା ଚର୍ଚ୍ଚାରେ ଥିଲା। ଏବେ ମଙ୍ଗଳା ମୁହାଣରେ ବି ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବ୍ରିଜ୍‌ ନିର୍ମାଣ ଆଳରେ ପ୍ରାୟ ୩୦ ଫୁଟ ଉଚ୍ଚ ବାଲିବନ୍ତକୁ ପ୍ରାୟ ଶହେ ଫୁଟ ଲମ୍ବ ଓ ପ୍ରାୟ ୫୦ ଫୁଟ ଓସାରରେ ତାଡ଼ି ଦିଆଯାଇଛି। ଏହି ବାଲିକୁ ବ୍ରିଜ୍‌ ନିର୍ମାଣ ପୂର୍ବରୁ ତିଆରି ହୋଇଥିବା ଆପ୍ରୋଚ୍‌ ରୋଡ୍‌ରେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ପରିଣାମସ୍ବରୂପ, ସମୁଦ୍ର ଓ ମଙ୍ଗଳା ନଦୀର ଗତିପଥ ବି କ୍ରମେ ବଦଳି ସହରାଭିମୁଖୀ ହେବାରେ ଲାଗିଲାଣି। ମଙ୍ଗଳା ନଈ ଶାମୁକା ପ୍ରକଳ୍ପ ଓ ଷ୍ଟର୍ଲିନ୍‌ ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ କରୁଥିବା ବେଳେ ଏହାକୁ ସଂଯୋଗ ପାଇଁ ଏକ ସେତୁ ନିର୍ମାଣ ଆରମ୍ଭ ହୋଇଛି। ‘ଅବଢ଼ା’ ଯୋଜନାରେ ଏହି ବ୍ରିଜ୍‌ ବାବଦକୁ ୬୯.୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଯାଜପୁରର ଆଶୀର୍ବାଦ ଇଂଜିନିୟରିଂ କନ୍‌ସଲ୍ଟିଂ ନାମକ ସଂସ୍ଥା ଏହି କାର୍ଯ୍ୟାଦେଶ ନେଇଛି।

ପ୍ରକଳ୍ପର ରୂପରେଖ ଅନୁଯାୟୀ, ଏଠାରେ ଦୁଇଟି ବ୍ରିଜ୍‌ ନିର୍ମାଣ କରାଯିବ। ଗୋଟିଏ ଯିବା ପାଇଁ ଓ ଅନ୍ୟଟି ଆସିବା ପାଇଁ। ଯିବା ପାଇଁ ୩ ଲେନ୍‌ ଓ ଆସିବା ପାଇଁ ୩ ଲେନ୍‌, ଏଭଳି ୬ ଲେନ୍‌ ବିଶିଷ୍ଟ ହେବ। ଏହାର ଓସାର ୨୧ ମିଟର(ପ୍ରତିପାର୍ଶ୍ବରେ ୧୦.୫୦ ମିଟର) ରହିବ। ବ୍ରିଜ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୪ ମିଟର ଓସାରର ମେଡିଆନ୍‌ ରହିବ। ୨୨୫ ମିଟର ଲମ୍ବାର ବ୍ରିଜ୍‌ ନିର୍ମାଣ ହେଉଥିବାବେଳେ ଷ୍ଟର୍ଲିନ ରିସର୍ଟ ପାର୍ଶ୍ବକୁ ଆପ୍ରୋଚ ରୋଡ୍‌ ୨୫୦ ମିଟର ଓ ଶାମୁକା ପ୍ରକଳ୍ପ ପାର୍ଶ୍ବକୁ ୩୧୦ ମିଟର ଆପ୍ରୋଚ ରୋଡ୍‌ ରହିବ। କିନ୍ତୁ ଆପ୍ରୋଚ୍‌ ରୋଡ୍‌ ତିଆରି କରିବା ପାଇଁ ଠିକାଦାର ମଙ୍ଗଳା ନଦୀ କୂଳରେ ଥିବା ସୁଉଚ୍ଚ ବାଲିବନ୍ତକୁ ତାଡ଼ି ଦେଇଛନ୍ତି।

ବାଲିବନ୍ତ ସହ ଏହା ଉପରେ ଥିବା ଗଛଗୁଡ଼ିକୁ ବି ତାଡ଼ି ଦିଆଯାଇଛି। ଫଳରେ ଏଠାରେ ବିରାଟ ଗର୍ତ୍ତ ସବୁ ସୃଷ୍ଟି ହୋଇଛି। ଷ୍ଟର୍ଲିନ୍‌ ହୋଟେଲ ପାର୍ଶ୍ବକୁ ଥିବା ଏହି ବାଲିବନ୍ତ ତାଡ଼ି ଦିଆଯିବା ପରେ ମଙ୍ଗଳା ନଦୀର ପାଣି ବି କ୍ରମେ ଏହି ପାର୍ଶ୍ବକୁ ମାଡ଼ିବା ଆରମ୍ଭ କରିଛି। ସେପଟେ ମଙ୍ଗଳା ମୁହାଣ ସମୁଦ୍ର ଓ ମଙ୍ଗଳା ନଦୀର ସଂଯୋଗ ସ୍ଥଳରୁ ମଙ୍ଗଳା ଓ ସମୁଦ୍ର ଜଳର ମିଶା ପାଣି ସ୍ଥାନ ପରିବର୍ତ୍ତନ କରି ବାମପାର୍ଶ୍ବକୁ ମାଡ଼ି ସହରାଭିମୁଖୀ ହେବାରେ ଲାଗିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।