ରାଜ୍ୟ ସ୍ପେଶାଲ ରିପୋର୍ଟ

ତରଳାଯିବ ମହାପ୍ରଭୁଙ୍କ ଦାନ ରୁପା

ପୁରୀ : ଶ୍ରୀମନ୍ଦିରକୁ ଦାନରେ ମିଳିଥିବା ରୁପା ତରଳାଯିବ। ତରଳାଯାଇ ଏଥିରେ ରୁପାଛଡ଼ ତିଆରି କରାଯିବ। ଏଥିରୁ ରୁପା ଚାଦର ପ୍ରସ୍ତୁତ କରାଯାଇ ଏହାକୁ ଦକ୍ଷିଣୀ ଘରଦ୍ବାରରେ ଲଗାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ବାକି ରୁପାରେ ଭୁ‌ବନେଶ୍ବରୀ ମନ୍ଦିର ଗର୍ଭଗୃହ କବାଟ, ସୂର୍ଯ୍ୟମନ୍ଦିର କବାଟ, କଳାହାଟ ଦ୍ବାର ଦୁଇପାର୍ଶ୍ବରେ ଥିବା କାନ୍ଥ, ବାହାର ଭଣ୍ଡାର ଘର କବାଟ ସହ ନୀଳମାଧବ ମନ୍ଦିର କବାଟରେ ରୁପା ଆଚ୍ଛାଦିତ କରାଯିବ। ଏହି ନିଷ୍ପତ୍ତି ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପୂର୍ବକ ଶ୍ରୀମନ୍ଦିର ପ୍ରଶାସନକୁ ଏହି କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଚଳିତବର୍ଷ ଅଗଷ୍ଟ ୧୭ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ଦାନସୂତ୍ରରେ ୫୧୯ କେଜି ୩୩୨ ଗ୍ରାମ ରୁପା ମିଳିଛି। ଯେଉଁଥିରେ ୧୧୭ କେଜି ୯୫୯ ଗ୍ରାମର କେବଳ ରୁପା ଅଳଙ୍କାର ରହିଛି। ସେହିଭଳି ୧୮୫ କେଜି ୧୬୨ ଗ୍ରାମ ମିଶ୍ରିତ ରୁପା ରହିଛି। ବାକି ୧୫୬ କେଜି ୨୧୧ ଗ୍ରାମ ରୁପା ଶ୍ରୀମନ୍ଦିର କଳାହାଟ ଦ୍ବାରରୁ ବାହାରିଛି। ଏଣୁ ୧୧୭ କେଜି ୯୫୯ ଗ୍ରାମ ଅଳଙ୍କାରକୁ ବାଦ୍‌ଦେଇ ବାକି ୩୪୧ କେଜି ୩୭୩ ଗ୍ରାମ ରୁପାକୁ ତରଳାଇବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ନିଜସ୍ବ ବଣିଆ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରକୁ ବିଭିନ୍ନ ସୂତ୍ରରୁ ଦାନସୂତ୍ରରେ ସୁନା, ରୁପା ଆଦି ମିଳୁଛି। ଯେଉଁଥିରୁ କିଛି ଅଳଙ୍କାର ରହୁଛି। କିଏ ହୁଣ୍ଡିରେ ସୁନା, ରୁପା ଆଦି ଦାନ ଦେଉଛି ତ କିଏ ସିଧାସଳଖ ଶ୍ରୀମନ୍ଦିର ପ୍ରଶାସନକୁ ସୁନା ରୁପା ଦାନରେ ଦେଉଛି। ଯେହେତୁ ବହୁଦିନରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏହି ଦାନ ରୁପା ଗଚ୍ଛିତ ରହିଛି, ସେ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ତରଳାଇବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଅର୍ଥ ସବ୍‌କମିଟିରେ ପ୍ରଥମେ ଏହି ପ୍ରସ୍ତାବ ପାରିତ ହୋଇଥିଲା। ପରେ ଗତ ପରିଚାଳନା କମିଟିରେ ଏହି ନିଷ୍ପତ୍ତିରେ ମୋହର ବାଜିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।