ଦେଶ ବିଦେଶ

ତଟରକ୍ଷୀ ବାହିନୀରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତି ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ୨୦୨୪ରେ କାର୍ଯ୍ୟାନ୍ବୟନ ହେବ, ବିଚାର କରାଯାଉଛି ଆଦି ଯୁକ୍ତି ମୂଲ୍ୟହୀନ। ମହିଳାମାନଙ୍କୁ ଏଭଳି ଦୂରେଇ ଦିଆଯାଇପାରିବ ନାହିଁ। ଯଦି ତୁମେ ନକରିବ, ତେବେ ଆମେ କରିବୁ। ଏଣୁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ, ଆଜି ଭାରତୀୟ ନୌସେନାର ତଟରକ୍ଷୀ ବାହିନୀରେ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି (ପରମାନେଣ୍ଟ କମିସନ) ମାମଲାରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କୁ ଏଭଳି କଠୋର ମନ୍ତବ୍ୟ ଶୁଣାଇଛନ୍ତି। ତଟରକ୍ଷୀ ବାହିନୀର ଜଣେ ମହିଳା ଅଧିକାରୀ ପ୍ରିୟଙ୍କା ତ୍ୟାଗୀଙ୍କ ଆବେଦନ ଉପରେ ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼, ବିଚାରପତି ଜେବି ପର୍ଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ୍‌ କହିଥିଲେ ଯେ ଆଇସିଜି ଦ୍ବାରା ଏକ ବୋର୍ଡ ଗଠନ କରାଯାଇଛି। ବୋର୍ଡ ଦ୍ବାରା ଏହି ପ୍ରସଙ୍ଗର ବିଚାରବିମର୍ଶ ଚାଲିଛି। ଏଭଳି ଉତ୍ତରରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିବା ସହ ଯୋଗ୍ୟ ମହିଳା ଅଧିକାରୀଙ୍କୁ ତଟରକ୍ଷୀ ବାହିନୀରେ ସ୍ଥାୟୀ ନିଯୁକ୍ତି ଦେବା ପ୍ରକ୍ରିୟାକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାରକୁ ସ୍ଥିର କରାଯାଇଛି।

ତିନି ନୂତନ ଅପରାଧିକ ଆଇନ ବିରୋଧରେ ଜନସ୍ବାର୍ଥ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ତିନି ନୂତନ ଅପରାଧିକ ଆଇନ – ଭାରତୀୟ ନ୍ୟାୟ (୨ୟ) ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା-୨୦୨୩ ଓ ଭାରତୀୟ ସାକ୍ଷ୍ୟ (୨ୟ) ଆଇନ, ୨୦୨୩ ବିରୋଧରେ ଆଗତ ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଅଦାଲତ ଦର୍ଶାଇଛନ୍ତି ଯେ ଏହି ଆଇନଗୁଡ଼ିକ ବର୍ତମାନ ଲାଗୁ ହୋଇନାହିଁ, ଏଭଳି ସ୍ଥିତିରେ ଏଭଳି ଆବେଦନକୁ ଗ୍ରହଣ କରାଯାଇପାରିବ ନାହିଁ। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପର୍ଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ। ଆବେଦନକାରୀଙ୍କୁ ଖଣ୍ଡପୀଠ ପଚାରିଥିଲେ ଯେ ସେ ଆପତ୍ତି ଉଠାଇଥିବା ତିନି ଆଇନ ବର୍ତ୍ତମାନ ଲାଗୁ ହୋଇନାହିଁ। ଏଭଳି ସ୍ଥିତିରେ ତାଙ୍କର ସ୍ଥିତି କେଉଁଠି ଓ ଆଭିମୁଖ୍ୟ କ’ଣ(?)। ଏହି ଦୃଷ୍ଟିରୁ ଆବେଦନକୁ ଗ୍ରହଣ କରାଯାଇପାରିବ ନାହିଁ। ସୂଚନାଯୋଗ୍ୟ ତିନି ନୂତନ ଅପରାଧିକ ଆଇନ ୨୦ ଡିସେମ୍ବର ୨୦୨୩ରେ ଲୋକସଭାରେ ଓ ପରବର୍ତ୍ତୀ ଦିବସରେ ରାଜ୍ୟସଭାରେ ଗୃହୀତ ହୋଇଥିଲା। ଫେବ୍ରୁଆରି ୨୪ରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ତିନି ଆଇନ ଜୁଲାଇ ୧ ତାରିଖ ଠାରୁ ଲାଗୁ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ