ଅପରାଧ ରାଜ୍ୟ

ଡ୍ୟୁଟି ବେଳେ ଚାଲିଗଲା ଜୀବନ, ପୋଲିସ ଏସ୍ଆଇଙ୍କ ଉପରେ ମାଡିଗଲା ଗାଡି

ଯାଜପୁର ୦୩/୦୬: ଡ୍ୟୁଟି କରୁଥିବା ସମୟରେ ଗାଡି ମାଡି ଯାଇ ପୋଲିସ ଏସଆଇଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ସୁଜିତ ପାଣ୍ଡବ । ଭଦ୍ରକ ନଳାଙ୍ଗ ନିକଟରେ ଘଟିଛି ଅଘଟଣ । ପେଟ୍ରୋଲିଂ କରୁଥିବା ସମୟରେ ହାଇଓ୍ୱା ଗାଡି ମାଡି ଯାଇଥିଲା । ଯାଜପୁର ମୁଖ୍ୟ ଡାକ୍ତର ଖାନା ରେ ମୃତ ଘୋଷଣା କଲେ ଡାକ୍ତର ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଗାଡି ପାଖକୁ ଆସୁଥିବା ବେଳେ ପଛରୁ ଏକ ହାଇୱା ତାଙ୍କ ଉପରକୁ ମାଡି ଯାଇଥିଲା । ଘଟଣା ସ୍ଥଳରେ ଥିବା ହୋମ ଗାର୍ଡ ସୁଶାନ୍ତ ଓ ତାଙ୍କ ଡ୍ରାଇଭର ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା ।

ଆମ୍ବୁଲାନ୍ସରେ କଟକ ଯିବା ବାଟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲା ଆମ୍ବୁଲାସ । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପହଂଚି ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କର ମୃତ ହୋଇଯାଇଥିବା କହିଥିଲେ ଡାକ୍ତର । ସେପଟରେ ପୋଲିସର ଅବହେଳା ଯୋଗୁ ଆଜି ମୋ ଭାଇ ,ବାପା ଙ୍କ ଜୀବନ ଯାଇଥିବା କହିଛନ୍ତି ପରିବାର ଲୋକେ ।

କହିବା କଥା ଘଟଣା ଘଟିବାର ଦୁଇ ଘଣ୍ଟା ପରେ ପରିବାରଙ୍କୁ ଜଣା ଯାଇଥିଲା । ତାଙ୍କୁ କଟକ ନ ନେଇ ଆମକୁ କାହିଁକି ଅପେକ୍ଷା କରିଥିଲେ ପୋଲିସ ଓ ଆମ୍ବୁଲାସ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ମୃତ ହେବାର ଦୁଇ ଘଣ୍ଟା ବିତିଲା ଗଲାଣି ଏ ଯାଏଁ ତାଙ୍କର କୌଣସି ଅଧିକାରୀ ଆସୁନାହାନ୍ତି କି ଫୋନ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ସୁଜିତଙ୍କ ପୁଅ ଆଉ ଭଉଣୀ ।

ତେବେ ଏଠି ପ୍ରଶ୍ନ ଉଠୁଛି ଦୁଇଜଣ ଆଗ ପଛ ହୋଇ ଆସୁଥିବା ବେଳେ ସୁଜିତ ଙ୍କ ଉପରେ ଗାଡି ମାଡିଯିବା ସନ୍ଧେହ ଘେରକୁ ଆସିଛି । ଜାଣି ଶୁଣି ସୁଜିତଙ୍କ ଉପରେ ଗାଡି ମାଡି ଦିଆଯାଇଛି କି ? ନାଁ ଆଉ କିଛି କାରଣ ? ସେପଟରେ ମାଡି ଦେଇଥିବା ଗାଡି ଓ ଡ୍ରାଇଭର କୁ ଭଦ୍ରକ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇ ଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।