ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

କିବ୍‌: ୟୁକ୍ରେନର ନୋଭା କାଖୋବକା ଡ୍ୟାମ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାପରେ ୟୁକ୍ରେନରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ନିପ୍ରୋ ନଦୀ ଉପରେ ଥିବା ନୋଭା କାଖୋବକା ଡ୍ୟାମ୍‌ ଏବେ ରୁଷ୍‌ ନିୟନ୍ତ୍ରଣରେ। ଏହି ଡ୍ୟାମ୍‌କୁ ରୁଷ୍‌ ବିସ୍ଫୋରଣରେ ଉଡ଼ାଇ ଦେଇଛି ବୋଲି ଅଭି‌ଯୋଗ ହୋଇଛି। ନିପ୍ରୋ ନଦୀ ନିକଟସ୍ଥ ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି। ପାଖାପାଖି ୧ ଲକ୍ଷ ଲୋକଙ୍କ ଜୀବନ ବିପଦରେ ଅଛି। ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଉଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ୮୦ ସହର ଏବଂ ଗାଁ ଜଳମଗ୍ନ ହୋଇଯିବ। ୨୫ରୁ ଅଧିକ ବସତି ଏବେ ସୁଦ୍ଧା ବୁଡ଼ିଗଲାଣି। ଲୋକମାନଙ୍କୁ ବସ୍‌ ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଉଛି। ଇତିମଧ୍ୟରେ ୟୁକ୍ରେନ ଆଭ୍ୟନ୍ତରୀଣ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ରୁଷ୍‌ ଖେରସନର ଦକ୍ଷିଣ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରୁଷ୍‌ ଗୋଳାବର୍ଷା କରି ଏଥିରେ ବାଧା ସୃଷ୍ଟି କରୁଛି।

ରୁଷ୍‌ର ଗୋଳାବର୍ଷାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଉଛି। ଅଧିକାଂଶ ସ୍ଥାନରେ ବେକ ଉଚ୍ଚାରେ ପାଣି ଲହଡ଼ା ମାଡ଼ୁଥିବାରୁ ରବର୍‌ ବୋଟ ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଉଛି। କା‌ଜକୋଭା ଡି‌ବ୍ରୋଭା ଚିଡ଼ିଆଖାନାରେ ୩୦୦ରୁ ଅଧିକ ଜୀବଜନ୍ତୁ ମରିଗଲେଣି। ଇତିମଧ୍ୟରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ପତ୍ତା‌ ମିଳୁନି। ଖେରସନ ଅଞ୍ଚଳରେ ଥିବା ୮୦ରୁ ଅଧିକ ସହର ଏବଂ ଗାଁ ସମ୍ପୂର୍ଣ୍ଣ ବିପଦରେ। ୟୁକ୍ରେନ ଖେରସନ ଅଞ୍ଚଳର ଗଭର୍ଣ୍ଣର ଓଲେକଜାଣ୍ଡର ପ୍ରୋକୁଦିନ କହିଛନ୍ତି, ବୁଧବାର ଦିନ ୧୫୮୨ ଘର ବୁଡ଼ି ଯାଇଛି। ରାତାରାତି ୨ ହଜାରରୁ ଅଧିକ ଲୋକଙ୍କୁ ଖାଲି କରାଯାଇଥିଲା।

ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ଦେଶର ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦର ଏକ ଜରୁରୀ ବୈଠକ କରିଛନ୍ତି। ଅନେକ ଅଞ୍ଚଳରେ ଏବେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଖେରସନରେ ଅନେକ ଲୋକ ଛାତ ଉପରେ ଏବଂ ଗଛ ଉପରେ ରାତି କଟାଇଛନ୍ତି। ଡ୍ୟାମ୍‌ ଭୁଶୁଡ଼ିବା କାରଣରୁ କୃଷି ଶିଳ୍ପ ଉପରେ ବି ବ୍ୟାପକ ପ୍ରଭାବ ପଡ଼ିବ। ‌ତେବେ ମିଳିଥିବା ସୂଚନାନୁଯାୟୀ ଏଥିଯୋଗୁଁ ‌ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଏବେ କୌଣସି ବିପଦ ନାହିଁ। ତେବେ କାଖୋବକା ଡ୍ୟାମ୍‌ ଉପରିସ୍ଥ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଜଳ ସଞ୍ଚୟ କରିବାପାଇଁ ଅନୁରୋଧ କରାଯାଇଛି। ଖେରସନ ସହରରେ ଆଗକୁ ଜଳ ସ୍ତର ବଢ଼ିବ। ୟୁକ୍ରେନ ଅଧିକାରୀମାନେ ସତର୍କ କରି କହିଛନ୍ତି ଯେ ବର୍ଷ ବର୍ଷ ଧରି ପରିବେଶ କ୍ଷତି ସହିବ। ଚାଷ ଜମି ଆଗକୁ ମରୁଭୂମିରେ ପରିଣତ ହେବ ବୋଲି କୃଷି ମନ୍ତ୍ରାଳୟ ସତର୍କ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ