ମନୋରଞ୍ଜନ

ଡ୍ରଗ୍ସ ମାମଲା: ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଗିରଫ କଲା ଏନସିବି

ନୂଆଦିଲ୍ଲୀ ୨୮/୦୫: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧ ବର୍ଷ ହେବ। ତେବେ ତାଙ୍କ ମୃତ୍ୟୁର ରହସ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ତାଙ୍କ କେସର ଅନୁସନ୍ଧାନରୁ ଡ୍ରଗ୍ ମାମଲା ସାମ୍ନାକୁ ଆସିଥିଲା ଯେଉଁଥିରେ ଅନେକ ବି-ଟାଉନ୍ ସେଲିବ୍ରେଟିଙ୍କ ନାମ ପ୍ରକାଶ ପାଇଥିଲା। ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଗିରଫ କରିଛି। ସିଦ୍ଧାର୍ଥ ପିଠାନି ର୍ଡଗ୍ସ ଯୋଗାଉଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଏନସିବି ଟିମ୍ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ଏହା ପରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା। ଡ୍ରଗ୍ ମାମଲାରେ ଏନସିବି ସିଦ୍ଧାର୍ଥଙ୍କୁ ଅନେକ ଥର ପ୍ରଶ୍ନ କରିଥିଲା କିନ୍ତୁ ତାଙ୍କୁ ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଲୋକଙ୍କ ନାମ ସାମ୍ନାକୁ ଆସିଥିଲା। ଯେଉଁଥିରେ ସିଦ୍ଧାର୍ଥ ପିଠାନିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । କୁହାଯାଇଥିଲା ଯେ ସିଦ୍ଧାର୍ଥ ପିଠାନି ପ୍ରଥମେ ସୁଶାନ୍ତଙ୍କ ଶରୀରକୁ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ। ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ।

ନିକଟରେ ସିଦ୍ଧାର୍ଥ ପିଠାନିଙ୍କ ଏନଗେଜମେଣ୍ଟ ହୋଇଥିଲା। ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ସିଦ୍ଧାର୍ଥଙ୍କ ଏନଗେଜମେଣ୍ଟରେ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଆଦୌ ଖୁସି ନାହଁନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ