ଦେଶ ବିଦେଶ ମନୋରଞ୍ଜନ

ଡ୍ରଗ୍ସ ମାମଲାରେ ବଲିଉଡଡ୍‌ର ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଏନ୍‌ସିବି ଚଢ଼ାଉ

ମୁମ୍ବାଇ ୦୮/୧୧ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ଡ୍ରଗ୍ସ ଏଙ୍ଗଲ ସାମ୍ନାକୁ ଆସିବା ପରେ ବଲିଉଡରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଚଢ଼ାଉ ଜାରି ରହିଛି। ଅଭିନେତା ଅଭିନେତ୍ରୀଙ୍କ ପରେ ବର୍ତ୍ତମାନ ଏନସିବି ଟିମ ବଲିଉଡର ଅନେକ ନିର୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ାଉ କରୁଛି। ତେବେ ଏନସିବି ଟିମ କୌଣସି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ଖୁଲାସା କରିବାକୁ ଅସ୍ବୀକାର କରିଛି।

ସୂଚନା ଅନୁଯାୟୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇରେ ଶନିବାର ବିଳମ୍ବିତ ରାତିରେ ଅନେକ ବଲିଉଡ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ାଉ କରିଛି। ଏନସିବି ସୂତ୍ର ଅନୁଯାୟୀ, କିଛି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରୁ କିଛି ମାତ୍ରାରେ ଡ୍ରଗ୍ସ ଜବତ ହୋଇଛି। ଶନିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଚଢ଼ାଉ ରବିବାର ଜାରି ରହିଛି।

ସୂଚନା ଅନୁଯାୟୀ, ଏହି ମାମଲାରେ ଏନସିବି ଟିମ ଯେଉଁ ଡ୍ରଗ୍ସ ପେଡ଼ଲରଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରୁ ଅନେକ ବଲିଉଡରେ ଡ୍ରଗ୍ସ ସପ୍ଲାଏ କରୁଥିବା ସ୍ୱୀକାର କରିଛନ୍ତି। ଡ୍ରଗ୍ସ ପେଡ଼ଲରଙ୍କ ବୟାନ ଆଧାରରେ ଏନସିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚଢ଼ାଉ କରିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ